ସତ୍ୟଭାମାଙ୍କ କ୍ରିୟାକର୍ମରେ ଯୋଗ ଦେଲେ ପର୍ଯ୍ୟଟନ ମନ୍ତ୍ରୀ

ବାଲେଶ୍ଵର, (ନାଗରାଜ ନ୍ୟୁଜ ): ବାଲେଶ୍ଵର ଜିଲ୍ଲା ଖଇରା ଡଗରପଡ଼ା ପଞ୍ଚାୟତର ସ୍ୱର୍ଗତ ସତ୍ୟଭାମା ପୋଇଙ୍କ କ୍ରିୟା କର୍ମରେ ଯୋଗ ଦେଲେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ । ପ୍ରଥମେ ମନ୍ତ୍ରୀ ପାଣିଗ୍ରାହୀ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପରେ ଶୋକସନ୍ତପ୍ତ ପରିବାରକୁ ଆଶ୍ୱାସନା ଦେବା ସହ ସତ୍ୟଭାମା ପୋଇଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।

Leave a Reply

Your email address will not be published.