ଟ୍ରକ ପଛପଟୁ ଧକ୍କାଦେଲା ହାଇୱା, ଦୀର୍ଘ ଘଣ୍ଟାଧରି ଚାପିହୋଇ ରହିଛି ଡ୍ରାଇଭର

ବାଲେଶ୍ବର,(ନାଗରାଜ ନ୍ୟୁଜ): ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ୧୬ନଂ ଜାତୀୟ ରାଜପଥର ମୁରୁଣା ଛକ ନିକଟରେ ଭୋର ସମୟରେ ଏକ ମାଲ ବୋଝେଇ ଟ୍ରକ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ବେଳେ ପଛପଟୁ ଧକ୍କା ଦେଲା ବାଲି ବୋଝେଇ ହାଇୱା।ଫଳରେ ହାଇୱା ଡ୍ରାଇଭର ଜଣକ ଦୀର୍ଘ ଘଣ୍ଟା ଧରି ଚାପିହୋଇ ରହିଥିବାବେଳେ ସିମୁଳିଆ ପୋଲିସ ଏବଂ ଅଡ଼ା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।ଆଜି ଭୋର ସମୟରେ ସଠିପୁରରୁ ବାଲେଶ୍ୱର ଅଭିମୁଖେ ଏକ ବାଲି ବୋଝେଇ ହାଇୱା ଯାଉଥିବା ବେଳେ ମୁରୁଣା ଛକ ନିକଟରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ମାଲ ବୋଝେଇ ଟ୍ରକକୁ ପଛରୁ ଧକ୍କା ଦେଇଥିଲା।ଫଳରେ ହାଇୱା ଡ୍ରାଇଭର ଜଣକ ଗାଡ଼ି ଭିତରେ ଚାପିହୋଇଥିଲେ।ସ୍ଥାନୀୟ ଲୋକେ ସିମୁଳିଆ ପୋଲିସ ଏବଂ ଅଡ଼ା ଅଗ୍ନିଶମ ବହିନୀକୁ ଖବର ଦେଇଥିଲେ।ଘଟଣା ସ୍ଥଳରେ ପୋଲିସ ଏବଂ ଅଗ୍ନିଶମବାହିନୀର ଟିମ ପହଞ୍ଚି ଗୁରୁତର ଡ୍ରାଇଭରଙ୍କୁ ଉଦ୍ଧାର କରି ଭଦ୍ରକ ମେଡିକାଲକୁ ପଠାଇଥିଲେ।ଏହି ଅଞ୍ଚଳରେ ରାସ୍ତା କଡ଼ରେ ବେଆଇନ ଗାଡି ପାର୍କିଂ ହେଉଥିବା ଯୋଗୁଁ ବାରମ୍ବାର ଏମିତି ଦୁର୍ଘଟଣା ଘଟୁଥିବାବେଳେ ସିମୁଳିଆ ପୋଲିସ କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ ଉଠିଛି।

ବାଲେଶ୍ବର ଜିଲ୍ଲାରୁ ଲୋଚନ ରାଉତ ଙ୍କ ରିପୋର୍ଟ

Leave a Reply

Your email address will not be published.