କଳାବିକାଶ କେନ୍ଦ୍ରଠାରେ ପୂଜ୍ୟ ପୂଜା ଉତ୍ସବ ଅନୁଷ୍ଠିତ

ଗୁରୁ ଗୋପୀନାଥ ବେହେରା ଫାଉଣ୍ଡେସନ ପକ୍ଷରୁ ଆଜି କଳାବିକାଶ କେନ୍ଦ୍ର ଠାରେ ପୂଜ୍ୟ ପୂଜା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି l ପୂଜ୍ୟପୂଜା ହେଉଛି ଆମର ଅତୀତ ଇତିହାସ ଓ ପରମ୍ପରା ର ପ୍ରତୀକ ବିଶେଷ କରି ଭାରତୀୟ ସଂସ୍କୃତି ଓ ପରମ୍ପରା ରେ ପୂଜ୍ୟପୂଜା କୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ l ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗୋପୀନାଥ ବେହେରା ଫାଉଣ୍ଡେସନ ପକ୍ଷରୁ ଏହି ଭଳି ପୂଜ୍ୟପୂଜା କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଗୁରୁ ଶିଷ୍ୟ ପରମ୍ପରା କୁ ବଜାଇ ରଖିଆସିଛି l ମୁଖ୍ୟ ଅତିଥି ଭାବରେ ପଦ୍ମଶ୍ରୀ ଡ଼କ୍ଟର ଶ୍ୟାମ ମଣି ଦେବି ଆଜିର ଉତ୍ସବ କୁ ଉଦଘାଟନ କରିଥିଲେ l ଏହି ଅବସରରେ ବିଶିଷ୍ଟ ତବଲା ବାଦକ ଶ୍ରୀ କିଶୋର କୁମାର ସାହୁ ଙ୍କୁ ଜୟ କୃଷ୍ଣ କାହାଳି ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା l ଏହି ଉତ୍ସବ ରେ ଓଡିଶା ସରକାର ଙ୍କର ଭାଷା,ସାହିତ୍ୟ,ସଂସ୍କୃତି ବିଭାଗର ଅତିରିକ୍ତ ସଚିବ ମଧୁସୂଦନ ଦାସ ସମ୍ମାନୀୟ ଅତିଥି ଭାବରେ ଯୋଗଦେଇ ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଗୁରୁଶିଷ୍ୟ ପରମ୍ପରା ଉପରେ ଆଲୋକପାତ କରିକହିଲେ ଗୁରୁ ହିଁ ଶ୍ରେଷ୍ଠ ବିନା ଗୁରୁରେ କୌଣସି ଶିଷ୍ୟ ସଫଳତା ଆଣିପାରେ ନାହିଁ ତେଣୁ ଗୁରୁଙ୍କୁ ଉପଯୁକ୍ତ ସମ୍ମାନ ଦେବା ଶିଷ୍ୟ ଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ l ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବି ଭାଗିରଥି ଦାସ,ତବଲା ଗୁରୁ ଗୋପୀନାଥ ବେହେରା, ଲାୟନ ଡ଼. ଅରୁଣ କୁମାର ସାହୁ ଅତିଥି ଭାବରେ ଯୋଗଦେଇ ଗୁରୁଶିଷ୍ୟ ପରମ୍ପରା ତଥା ପୂଜ୍ୟପୂଜା ର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ l ପ୍ରାରମ୍ଭରେ ବିଶ୍ୱନାଥ ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ସର୍ବେଶ୍ୱର ସ୍ୱାଇଁ ବାର୍ଷିକ ବିବରଣୀ ପାଠ କରିଥିଲେ l ଏହି ଗୁରୁ ପୂଜନ କାର୍ଯ୍ୟକ୍ରମ ରେ କଳାବତୀ କଳାନିକେତନ କଟକ ରା ଛାତ୍ରଛାତ୍ରୀ ମାନେ ବିଶ୍ୱନାଥ ମିଶ୍ର ଙ୍କ ନିର୍ଦେଶନା ରେ ଗୁରୁ ବନ୍ଦନା ପରିବେଷଣ କରିଥିଲେ l ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ସମେତ ଏସ. ବି. ଆଇ ର ପୂର୍ବତନ ସାଧାରଣ ସମ୍ପାଦକ ଜ୍ୟୋତିଭୂଷଣ ମହାପାତ୍ର ପୁରସ୍କୃତ କରିଥିଲେ l ଗୁରୁ ଶ୍ରୀ ଗୋପୀନାଥ ବେହେରାଙ୍କ 73 ତମ ଜନ୍ମ ଉତ୍ସବରେ ତାଙ୍କ ବୋହୁ ସୂବେଛୁ ଓ ଛାତ୍ର ଗୁରୁ ପୂଜନ କରିବା ସହ ଅଭିନନ୍ଦନ ଜଣାଇଥିଲେ l ଶେଷରେ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଶାସ୍ତ୍ରୀୟ ସଙ୍ଗୀତ ଶିଳ୍ପୀ ଶାନ୍ତନୁ ଭଟ୍ଟାଚାର୍ଯ୍ୟ ଶାସ୍ତ୍ରୀୟ ସଙ୍ଗୀତ ପରିବେଷଣ କରିଥିଲେ l ହାରମୋନିୟମ ରେ ଧ୍ରୁବ ଭଟ୍ଟାଚାର୍ଯ୍ୟ, ତବଲାରେ ଜିତେନ୍ଦ୍ର ସ୍ୱାଇଁ ସଂଗତ କରିଥିଲା ବେଳେ ମାଷ୍ଟର ଅନିକେତ ମହାରଣା ଏକକ ବଂଶୀ ବାଦନ କରିଥିଲେ ତାଙ୍କ ସହିତ ତବଲା ସଂଗତ କରିଥିଲେ ବାସୁ ଦେବ ସ୍ଵାଇଁ।ମଞ୍ଚ ତଥା ଦୂରଦର୍ଶନ ର ବିଶିଷ୍ଟ ଉଦଘୋଷକ ବିଚିତ୍ରା ନନ୍ଦ ପଣ୍ଡା, ବିଶିଷ୍ଟ କି ବୋର୍ଡ ବାଦକ ପରମା ନନ୍ଦ ସାହୁ, ଅଜୟ ବାରିକ, ଲକ୍ଷ୍ମୀ ପ୍ରସାଦ, ପ୍ରଦ୍ୟୁମ୍ନ କିଶୋର ନାୟକ, ନିତ୍ୟାନନ୍ଦ ମହାନ୍ତି, ବୈକୁଣ୍ଠ ନାଥ ପରିଡା, ଭାନୁ ପ୍ରସାଦ ମିଶ୍ର, ଜଗନ୍ନାଥ ପଣ୍ଡା, ଯଶୋବନ୍ତ ଜେନା, ଯୋଗେନ୍ଦ୍ର ସ୍ୱାଇଁ, ବିଭୂପ୍ରସାଦ ନନ୍ଦ, ଦେବକାନ୍ତ ନନ୍ଦ, ପ୍ରମୁଖ କାର୍ଯ୍ୟକ୍ରମ କୁ ପରିଚଳନା କରିଥିଲେ l

Leave a Reply

Your email address will not be published.