ପୁରୀରେ ପୁଣି ୩୦ କୋଭିଡ ଆକ୍ରାନ୍ତ ଚିହ୍ନଟ, କଡ଼ାକଡ଼ି ହେବ କଟକଣା

ପୁରୀ, (ନାଗରାଜ ନ୍ୟୁଜ): ପୁରୀ ଜିଲ୍ଲାରେ ଓମିକ୍ରନ ଆକ୍ରାନ୍ତଙ୍କ ଚିହ୍ନଟ ପରେ ପ୍ରଶାସନର ଚିନ୍ତା ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଜି ପୁରୀ ଜିଲ୍ଲାରୁ ପୁଣି ୩୦ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟସରକାରଙ୍କ ନୂଆ ଏସଓପି ଅନୁଯାଇ କଟକଣା ଜାରୀ କରାଯାଇଛି । ଶ୍ରୀମନ୍ଦିରରେ ପ୍ରତିଦିନ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ହେଉଥିବା ବେଳେ ବେଳାଭୂମି ସମେତ ଜିଲ୍ଲାର ବିଭିନ୍ନ ତୀର୍ଥ ସ୍ଥାନ ଏବଂ ପର୍ଯ୍ୟଟନ ସ୍ଥଳୀରେ ମଧ୍ୟ ପର୍ଯ୍ୟଟକଙ୍କ ଗହଳି ଲାଗୁଛି । ଶ୍ରୀ ମନ୍ଦିରକୁ ନେଇ ଖୁବ ଶୀଘ୍ର ବୈଠକ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ମୁଖ୍ୟମନ୍ତ୍ରୀ ମଧ୍ୟ ଦୁଇ ଦୁଇ ଥର ଓମିକ୍ରନ ସ୍ଥିତି ନେଇ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏହାପରେ ପ୍ରଶାସନ ଅଧିକ ସଜାଗ ହୋଇଛି । ଆସନ୍ତାକାଲି ରାତି ୯ଟାରୁ ନାଇଟ କର୍ଫ୍ୟୁ ଲାଗୁ ହେବ । ପୁରୀ ସହରବାସୀଙ୍କ ସହ ଆସୁଥିବା ତୀର୍ଥ ଯାତ୍ରୀ ଓ ପର୍ଯ୍ୟଟକମାନେ କୋଭିଡ ନିୟମକୁ କଡାକଡି ଭାବେ ପାଳନ କରିବାକୁ ପରାମର୍ଶ ଦିଆଯାଇଛି । ମାସ୍କ ଏବଂ ସାନିଟାଇଜର ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି । ଶ୍ରୀମନ୍ଦିର ପାଇଁ କୋଭିଡ ଗାଇଡଲାଇନକୁ ଆହୁରି ସୁଦୃଢ କରାଯିବ ସେ ନେଇ ଶୁକ୍ରବାର ଏକ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।

Leave a Reply

Your email address will not be published.