ରାଉରକେଲାରେ ଛଟ ପୂଜା ପାଳିତ, ଉଦିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କଲେ ଶ୍ରଦ୍ଧାଳୁ

ରାଉଲକେଲା,(ନାଗରାଜ ନ୍ୟୁଜ): କରୋନା କଟକଣା ମଧ୍ୟରେ ବିଭିନ୍ନ ସ୍ଥାନରେ ଛଟ ପାଳନ କରୁଛନ୍ତି ଶ୍ରଦ୍ଧାଳୁ । ସୂର୍ଯ୍ୟ ଦେବଙ୍କ ଭଉଣୀ ହେଉଛନ୍ତି ଛଟ ମା’ । ପରିବାରର ମଙ୍ଗଳ ତଥା ସମାଜର ମଙ୍ଗଳ ପାଇଁ ଛଟ ମା’ଙ୍କର ପୂଜାର୍ଚ୍ଚନାର ବିଧି ରହିଛି । ଆଜି ଉଦିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରୁଛନ୍ତି ଶ୍ରଦ୍ଧାଳୁ । ରାଉରକେଲାରେ ମଧ୍ୟ ଛଟ ପାଳିତ ହୋଇଛି । ଆଜି ଉଦିତ ସୂର୍ଯ୍ୟଙ୍କୁ ଶେଷ ଅର୍ଘ୍ୟ ଦେଇ ଛଟ ବ୍ରତ ପାଳିଛନ୍ତି ବ୍ରତଧାରୀ । ସୂର୍ୟ୍ୟ ଉଦୟ ସମୟରେ ବ୍ରତଧାରୀ ରାଉରକେଲାରେ ଗୋପବନ୍ଧୁ ପଲି ନିକଟ ପୋଖରୀ ଘାଟରେ ପହଞ୍ଚି ଧୂପ, ଦୀପ ଓ ଫୁଲ ଦେଇ ପୂଜା କରିଥିବା ଦେଖିବାକୁ ମିଳିଥିଲା ।

ଲୋକେ ଘାଟରେ ଛଟ ପୂଜା କରିଥିଲେ । ପୁଲିସ ଓ ପ୍ରଶାସନର କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ । କୋଭିଡ ଯୋଗୁ କିଛି ବ୍ରତାଧାରୀ ଘର ପରିସରରେ ଥିବା ଜଳାଶୟରେ ଛଟ ପୂଜା କରିଥିଲେ । ରାଉରକେଲାର କୋଏଲ ନଗର, ବାଲୁ ଘାଟ, ତରକେରା ଘାଟ ଓ ବାସନ୍ତି କୋଲୋନୀର ଡିଏଭି ପୋଖରୀରେ ବହୁ ଶ୍ରଦ୍ଧାଳୁ ଛଟ ପୁଜାରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published.