ସଗରାପଞ୍ଚାୟତରେ ମାଛ ଏବଂ ଲଙ୍ଗଳ ଚିହ୍ନ ମଧ୍ୟରେ କଡ଼ା ଟକ୍କର

ସୁନ୍ଦରଗଡ଼, (ନାଗରାଜ ନ୍ୟୁଜ): ଆଜିଠାରୁ ଓଡ଼ିଶାର ସମସ୍ତ ୩୦ଟି‌ ଜିଲ୍ଳାରେ ପ୍ରଥମ ପର୍ୟ୍ୟାୟ ନିର୍ବାଚନ ଆରମ୍ଭ ହୋଇଯାଇଛି । ସମ୍ବଲପୁର ଜିଲ୍ଲାର ବାମରା ବ୍ଳକ ଅଧିନସ୍ଥ ସଗରାଗ୍ରାମପଞ୍ଚାତରେ ଆସନ୍ତା ୨୨ ତାରିଖ ଦିନ ମତଦାନ ହେବ । ତେଣୁ ଆଉ ମାତ୍ର ୫ଦିନ ବାକିଥିବାରୁ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀ ପ୍ରାର୍ଥୀନୀମାନେ ଜୋରସୋରରେ ପ୍ରଚାର ପ୍ରସାର କରି ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି । ଜିଲ୍ଲାର ଶେଷ ସିମାରେ ଥିବା ଏହି ପଞ୍ଚାୟତଟି ପ୍ରାୟତଃ ପ୍ରଶାସନ ଦୃଷ୍ଟିଗୋଚର ହେଉନାହିଁ । । ଯାହାଫଳରେ ସରକାରଙ୍କ ସମସ୍ତ ଯୋଜନା ଠିକ୍ ଭାବରେ ଲୋକଙ୍କ ପାଖରେ ପହଞ୍ଚିପାରୁନାହିଁ । ନିର୍ବାଚିତ ପ୍ରତିନିଧିମାନେ ନାମକୁ ମାତ୍ର ପ୍ରତିନିଧି ହୋଇ ଅନ୍ୟଙ୍କ ଇଶାରାରେ କାମକରନ୍ତି । ଭୋଟ ଦେଇ ନିର୍ବାଚିତ କରିଥିବା ଲୋକମାନେ ଭକୁଆ ହୋଇ ଦେଖିବା ସହିତ ତାଙ୍କ ପାଖରେ ଅନ୍ୟ କୌଣସି ଉପାୟ ନଥାଏ ।

ପୁଣି ଆଗାମୀ ପାଞ୍ଚବର୍ଷକୁ ଅପେକ୍ଷା କରି ବସିଥାନ୍ତି ଭଲପ୍ରତିନିଧିଟିଏ ପାଇବାପାଇଁ । ହେଲେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଏହି ପଞ୍ଚାୟତରୁ ମୋଟ ୫ଜଣ ସରପଞ୍ଚ ପ୍ରାର୍ଥୀନୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ସେମାନଙ୍କ ମଧ୍ୟରୁ ଗୋଲାପିବାଘ ଏବଂ ଉଚ୍ଚ ଶିକ୍ଷିତା ମହିଳା ମୋନାଲିସା ଏକ୍କା । ସମସ୍ତଙ୍କ ନଜର ଏହି ୨ଜଣ ପ୍ରାର୍ଥୀନୀଙ୍କ ଉପରେ ରହିଛି । ମୋନାଲିସା ଏକ୍କା ଜଣେ ଉଚ୍ଚ ଶିକ୍ଷିତା ମହିଳା ହୋଇଥିବାବେଳେ ସେ ବିଜୟୀ ହେଲେ ପଞ୍ଚାୟତ ବାସୀଙ୍କୁ ସରକାରଙ୍କ ସମସ୍ତ ଯୋଜନାକୁ ଘରେ ଘରେ ପହଞ୍ଚାଇବାକୁ ଚାହୁଁଥିବା କଥା କହିଛନ୍ତି । ଅନ୍ୟ ପକ୍ଷରେ ସେ ଜଣେ ଉଚ୍ଚ ଶିକ୍ଷିତା ମହିଳା ଏବଂ ଜନସମର୍ଥନ ତାଙ୍କ ସପକ୍ଷରେ ‌ଯାଉଥିବାରୁ ସେ ଏହି ନିର୍ବାଚନ ଅନାୟସରେ ପାରି ହେବେ ବୋଲି ଆକଳନ କରାଯାଇପାରେ ।

Leave a Reply

Your email address will not be published.