ଶୃଙ୍ଖଳିତ ମତଦାନ ଲାଗି ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ବନ୍ଦୋବସ୍ତ, ବୁଥ ମାନଙ୍କରେ ଲମ୍ବା ଧାଡ଼ି

କଟକ, (ନାଗରାଜ ନ୍ୟୁଜ): ପ୍ରଥମ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରତିଫଳିତ ହେବ ଜନତାଙ୍କର ଆଶା ଆକାଂକ୍ଷା ଏବଂ ସ୍ଥାନୀୟ ନେତାମାନଙ୍କର ଦକ୍ଷତା ଉପରେ ସାଧାରଣ ଜନତାଙ୍କର ଆସ୍ଥା ଓ ବିଶ୍ୱାସ । ତା ଛଡ଼ା ଏହି ନିର୍ବାଚନରେ ପାର୍ଥିମାନଙ୍କ ସପକ୍ଷରେ ପ୍ରଚାର କରି ଆସୁଥିବା ପ୍ରତ୍ୟେକ ଦଳର ଟାଣୁଆ ନେତା ମନ୍ତ୍ରୀ ତଥା ବିଧାୟକ ମାନଙ୍କର ନିର୍ବାଚନୀ ପାରଦର୍ଶିତା ।

ବିଭିନ୍ନ ପ୍ରସଂଗକୁ କେନ୍ଦ୍ର କରି ଭିନ୍ନ ଭିନ୍ନ ରାଜନୈତିକ ଦଳ ଘର ଘର ବୁଲି ଜନସାଧାରଣ ଙ୍କର ଆସ୍ଥା ଭାଜନ ହେବାପାଇଁ ପ୍ରାଣ ମୂର୍ଚ୍ଛା ଉଦ୍ୟମ କରି ଆସିଛନ୍ତି । ମାତ୍ର ଆଜି ୧୬ ତାରିଖରେ କଟକ ଜିଲ୍ଲାର ମାହାଙ୍ଗା, କଟକ ସଦର ଏବଂ ନରସିଂହପୁର ବ୍ଲକରେ ମତଦାତାମାନେ ଆଜି ସକାଳୁ ନିଜ ନିଜର ଭୋଟ ଦାନ ଅଧିକାର ସାବ୍ୟସ୍ତ କରିସାରିଛନ୍ତି। । ଫଳରେ ବିଭିନ୍ନ ପ୍ରାର୍ଥୀଙ୍କ ଭାଗ୍ୟ ଭୋଟ ବାକ୍ସ ମଧ୍ୟରେ ସିଲ୍ ହୋଇଯାଇଛି । ତେବେ କଟକ ସଦର ନିର୍ବାଚନ ମଣ୍ଡଳୀ ଜସପଡ଼ା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀନୀ ମିନତୀ ବେହେରାଙ୍କ ଆକସ୍ମିକ ମୃତ୍ୟୁ ଯୋଗୁଁ ୨୩ ସ୍ଥାନରେ ନିର୍ବାଚନ ବନ୍ଦ ହୋଇଛି ।  ଗୋଟିଏ ଜିଲ୍ଲା ପରିଷଦ, ୬ଟି ସରପଞ୍ଚ ପଦବୀ ପାଇଁ ନିର୍ବାଚନ ବନ୍ଦ ହୋଇଛି । ୩ଟି ପଞ୍ଚାୟତ ସମିତି ସଭ୍ୟ, ୧୩ଟି ୱାର୍ଡ ମେମ୍ବର ପଦବୀରେ ନିର୍ବାଚନ ବନ୍ଦ ହୋଇଛି । ଅନ୍ୟପକ୍ଷେ ଶୃଙ୍ଖଳିତ ମତଦାନ ଲାଗି ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ବନ୍ଦୋବସ୍ତ କରାଯାଇଥିଲା । ପ୍ରାୟତଃ ଶାନ୍ତି ଶୃଙ୍ଖଳାର ସହ ଭୋଟଦାନ ଶେଷ ହୋଇଛି । ଭୋଟ ଦାନ ଦିନ ୧ଘଟିକା ସୁୁୁଦ୍ଧା ୬୦ ପ୍ରତଶତ ହୋଇଥିବା ସୂଚନା ମିଳିଛି । ତେବେ ବିଭିନ୍ନ ବୁଥ ମାନଙ୍କରେ ଶେଷ ସମୟରେ ଧାଡ଼ି ଲାଗିଥିବା ଦେଖ ଯାଇଛି ।

Leave a Reply

Your email address will not be published.