ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଓ ଅଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରୁ ବାଦ ଦେବା ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଦାବିପତ୍ର ପ୍ରଦାନ

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ବ୍ୟାପକ ଅନିୟମିତତା ଓ ତାଲିକାରୁ ଅଯୋଗ୍ୟ ହିତାଧିକାରୀଙ୍କ ନାମକୁ ବାଦ ଦେବା ପାଇଁ ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ରାଜ୍ୟ କମିଟି ନିଷ୍ପତି କ୍ରମେ ଗଁଦିଆ ବ୍ଲକର ଦଳୀୟ କର୍ମୀମାନେ ପୋରୁହ ଖୋଜ ସରପଞ୍ଚ ତଥା ଜିଲ୍ଲା ସମ୍ପାଦକ ରତିକାନ୍ତ ସାହୂ ଙ୍କର ନେତୃତ୍ୱରେ ଦଳୀୟ କର୍ଯ୍ୟକର୍ତା ଓ କର୍ମୀମାନେ ମିଳିତ ଭାବରେ ଏକ ଦାବି ପତ୍ର ମୁଖ୍ୟମନ୍ତ୍ରୀ ଙ୍କର ଉଦ୍ଧେଶ୍ୟରେ ଗଁଦିଆ ଗୋଷ୍ଠି ଉନ୍ନୟନ ଅଧିକାରୀ ଆଶିଷ ରଞ୍ଜନ ସାହୁ ଙ୍କୁ ପ୍ରଦାନ କରିଛନ୍ତି ପ୍ରମୁଖ ଦାବି ଗୁଡିକ ମଧ୍ୟରେ୨୦୧୮—୨୦୧୯ମସିହାରେ ରାଜ୍ୟ ସରକାରଙ୍କ ଦ୍ୱାର ଯେଉଁ ହିତାଧିକାରୀଙ୍କ ତାଲିକାପ୍ରସ୍ତୁତ କରାଯାଇ ଥିଲା ତାହା ସମ୍ପୂର୍ଣ ତ୍ରୁଟିପୂର୍ଣ୍ଣ ଥିଲା ସେହିପରି3ଲକ୍ଷ ପାଖପୁଖି ଅଯୋଗ୍ୟ ହିତାଧିକାରୀଙ୍କ ନାମ ତାଲିକାରେ ରହିଥିବାରୁ ଯୋଗ୍ୟ ହିତାଧିକାରୀମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଟିଏ ପାଇବାରୁ ବଞ୍ଚିତ ହୋଇଛନ୍ତି ସରକାର ଯୋଗ୍ୟ ହିତାଧିକାରୀ ତାଲିକାତିଆରି ନକରି ଏହାର ଦାଇତ୍ୱ ଜନସାଧାରଣ ମାନଙ୍କ ଉପରେ ଲଦି ଦେଇଛନ୍ତି ଯାହା ଫଳରେ ସାଧାରଣ ଜନତା ଆକ୍ରୋସର ଶିକାର ହେବାର ସମ୍ଭାବନା ରହିଛି ସେହିପରି ଆଗାମୀ୭ଦିନ ମଧ୍ୟରେ ରାଜ୍ୟ ସରକାର ସଠିକ ହିତାଧିକାରୀଚୟନ ତାଲିକା ପ୍ରକାଶ କରୁନ୍ତୁ କିନ୍ତୁ ଯଦି ଗ୍ରାମସଭା ଆୟୋଜକ କରି ଅଯୋଗ୍ୟ ଲୋକଙ୍କୁ ଘର ଆବଣ୍ଟନ କାର୍ଯ୍ୟଦେଶ ପ୍ରଦାନ ପାଇଁ ଚେଷ୍ଟା କରନ୍ତି ଘର ପାଇବାରୁ ବଞ୍ଚିତ ଲୋକମାନଙ୍କୁ ସାଥିରେ ନେଇ ଦଳ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବ୍ଲକ କାର୍ଯ୍ୟାଳୟ ଘେରାଉ କରିବ ଉକ୍ତ ଦାବି ପତ୍ର ପ୍ରଦାନ ବେଳେ ଜିଲ୍ଲା ଯୁବମୋର୍ଚ୍ଚ ସଭାପତି ଜୋରନ୍ଦା ପଞ୍ଚାୟତ ସମିତି ସଭ୍ୟ ପ୍ରତ୍ୟୁଷ ହରି ପ୍ରଧାନ କାବେରା ପଞ୍ଚାୟତ ସମିତି ସଭ୍ୟ ଶତ୍ରୁଘ୍ନ ରାଉତ ପୂର୍ବତନ ସରପଞ୍ଚ ପ୍ରଦୀପ କୁମାର ଦାସ ପୂର୍ବତନ ସମିତି ସଭ୍ୟ ଦୀପକ ଦାସ ସାମନ୍ତ ମଳୟ କୁମାର ଜେନା ଙ୍କ ସମେତ ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ରହିଥିଲେ .

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.