ଖପ୍ରାଖୋଲ ଅଞ୍ଚଳରେ ତିନି ଦିନ ହେଲା ଅଦିନିଆ ବର୍ଷା

ଖପ୍ରାଖୋଲ, (ନାଗରାଜ ନ୍ୟୁଜ): ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ଦୁଇରୁ ତିନି ଦିନ ହେଲା ଅଦିନିଆ ବର୍ଷା ହେଉଛି । ଯାହା ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । କୋହଳା ପାଗ ଓ ଅଦିନିଆ ବର୍ଷା ଯୋଗୁ ଶୀତ ବି ଅଧିକ ହେଉଥିବା କହିଛନ୍ତି ଲୋକେ । ଅଦିନିଆ ବର୍ଷା ଯୋଗୁ ହରଡ଼, କପା ଓ ପନିପରିବା ଫସଲ ଆଦି ନଷ୍ଟ ହେବାର ସମ୍ଭାବନା ରହିଛି । ଆଜିକୁ ତିନି ଦିନ ହେଲା ବର୍ଷା ଯୋଗୁଁ ଲୋକମାନେ କାମ କରିପାରୁନଥିବା କହିଛନ୍ତି ।

Leave a Reply

Your email address will not be published.