ପରିତ୍ୟକ୍ତ କୂଅରୁ ବାରହା ଉଦ୍ଧାର

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା ଶଢଙ୍ଗୀ ବନଖଣ୍ଡ ଅଧିନସ୍ଥ ରତନପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଚଣ୍ଡିଆ ଗ୍ରାମର ଏକ ପରିତ୍ୟକ୍ତ କୂଅ ମଧ୍ୟରେ ଏକ ଜଙ୍ଗଲୀ ବାରହା ଆଜି ସକାଳୁ ପଡି ଯାଇଥିଲା । ଏହାର ଓଜନ ପ୍ରାୟ ଏକ କ୍ୱିଣ୍ଟାଲରୁ ଅଧିକ ହେବ । ଏହି ବିଷୟରେ ସଙ୍ଗେ ସଙ୍ଗେ ଶଢଙ୍ଗୀ ବନଖଣ୍ଡ ଅଧିକାରୀଙ୍କୁ ଜଣାଇ ଦିଆଯାଇଥିଲା । ବନ ବିଭାଗ ଆସିବା ପୂର୍ବରୁ ଗ୍ରାମର ଯୁବ ସଂଗଠନ ବାରହାଟିକୁ ବଞ୍ଚାଇ ରଖିବା ପାଇଁ କଦଳୀ ଗଛ କୂଅ ମଧ୍ୟରେ ପକାଇଥିଲେ । ଯାହାଦ୍ୱାରା ବାରହାଟି ଗଛ ଉପରେ ବସି ଭାସି ଥିଲା । ପ୍ରାୟ ତିନିରୁ ଚାରି ଘଣ୍ଟା ବିଳମ୍ବରେ ଖଙ୍କିରା ଫରେଷ୍ଟ ବିଟରୁ ଫରେଷ୍ଟ ଗାର୍ଡ ଦୁଷ୍ମନ୍ତ ସିଂଙ୍କ ତତ୍ୱାବଧାନରେ ଜଙ୍ଗଲ ବିଭାଗ କର୍ମଚାରୀ ଓ ଗ୍ରାମବାସୀଙ୍କ ସହଯୋଗରେ ଜଙ୍ଗଲୀ ବାରହାକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ନିଶ୍ଚନ୍ତା ସଂଗ୍ରଖିତ ଜଙ୍ଗଲରେ ଛଡା ଯାଇଥିଲା । ଏହି ଉଦ୍ଧାର କାର୍ୟ୍ୟରେ ୟୁନାଇଟେଡ ଫ୍ରେଣ୍ଡଷ୍ କ୍ଲବର ସଦସ୍ୟମାନେ ସହଯୋଗ କରିଥିଲେ । ସୂଚନା ଅନୁଯାୟୀ ରତନପୁର ପଞ୍ଚାୟତ ନିସ୍ଚନ୍ତା ସଂଗ୍ରଖିତ ଜଙ୍ଗଲକୁ ଲାଗି ରହିଥିବାରୁ ଜଙ୍ଗଲୀ ଜନ୍ତୁମାନେ ଅବାଧରେ ପ୍ରବେଶ କରି ଗ୍ରାମରେ ଅନେକ କ୍ଷତି ଘଟାଇଥାନ୍ତି । ଜଙ୍ଗଲର ଚତୁଃପାର୍ଶ୍ୱରେ ଟ୍ରେଞ୍ଚ କରାଯିବା ପାଇଁ ବାରମ୍ବାର ଦାବି ସତ୍ତ୍ୱେ ଜଙ୍ଗଲ ବିଭାଗ ପଦକ୍ଷେପ ନ ନେବା ଗ୍ରାମବାସୀଙ୍କ ପାଇଁ ଚିନ୍ତାର କାରଣ ସାଜିଛି ।

Leave a Reply

Your email address will not be published.