ପଞ୍ଚଭୂତରେ ଲୀନ ହେଲେ ମିହିର ଦାସ

କଟକ, (ନାଗରାଜ ନ୍ୟୁଜ): ପଞ୍ଚଭୂତରେ ଲୀନ ହେଲେ ମିହିର ଦାସ । ଅଶ୍ରୁଳ ବିଦାୟ ଦେଲେ ବନ୍ଧୁ ପ୍ରଶଂସକ ଓ ପରିବାର ବର୍ଗ । ଗାର୍ଡ ଅଫ ଅନର ସହ ହେଲା ଶେଷକୃତ୍ୟ । ବର୍ଷୀୟାନ ଅଭିନେତା ମିହିର ଦାସ ୟଙ୍କ ମୃତ୍ୟୁ ଯୋଗୁଁ ଓଡ଼ିଆ ଫିଲ୍ମ ଜଗତରେ ଏକ ଅପୂରଣୀୟ କ୍ଷତି ଘଟିଛି । ମିହିର ଦାସଙ୍କୁ ବିଦାୟ ଦେବା ଲାଗି ବର୍ଷା ସତ୍ତ୍ୱେ ଲୋକେ ଛତା ଧରି ପହଞ୍ଚି ଯାଇଥିଲେ ସତୀ ଚୌରା ଶ୍ମଶାନ ନିକଟରେ । ତାଙ୍କର ବଡ ପୁଅ ଅମ୍ଳାନ ମୁଖାଗ୍ନି ଦେଇଥିଲେ । ସିଡିଏ ସେକ୍ଟର ୮ ସ୍ଥିତ ବାସ ଭବନରୁ ଶୋଭାଯାତ୍ରା ବାହାରି ସିଡିଏର ସମସ୍ତ ଅଞ୍ଚଳ ପରିକ୍ରମା କରି ରାମଗଡ଼ ସ୍ଥିତ ଜନ୍ମ ସ୍ଥାନକୁ ନିଆଯାଇଥିଲା ।

Leave a Reply

Your email address will not be published.