ଜୟତରୁଣ ଯୁବକ ସଂଘ ପକ୍ଷରୁ ଜାତୀୟ ଯୁବ ଦିବସ ପାଳିତ

ଖପ୍ରାଖୋଲ, (ନାଗରାଜ ନ୍ୟୁଜ): ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଚଙ୍ଗରିଆ ପଞ୍ଚାୟତ ରେଙ୍ଗାଲଜୁରୀ ଗ୍ରାମଠାରେ ଆଜି ଜୟତରୁଣ ଯୁବକ ସଂଘ ଓ ବଲାଙ୍ଗୀର ନେହେରୁ ଯୁବ କେନ୍ଦ୍ର ମିଳିତ ଆନୁକୂଲ୍ୟରେ ଜାତୀୟ ଯୁବ ଦିବସ ଅବସରରେ ଶାନ୍ତି ଦିବସ ପାଳିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ପ୍ରଥମେ ସ୍ୱାମୀ ବିବେକାନନ୍ଦଙ୍କ ଫଟୋ ଚିତ୍ରରେ ପୂଜାର୍ଚ୍ଚନା କରାଯିବା ପରେ ସଭାକାର୍ୟ୍ୟ ଆରମ୍ଭ ହୋଇଥିଲା । ଏହି ଜାତିୟ ଯୁବ ଦିବସ ଉତ୍ସବରେ ଯୁବ ସାମ୍ବାଦିକ ଗୋରେଖନାଥ ବରିହା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଶଲ୍ୟା ଫାଉଣ୍ଡେସନ ଓଟିଏସଏ ପାଟଣାଗଡ଼ ସଭାପତି ସଞ୍ଜିବ କୁମାର ପୁଟେଲ, ପୂର୍ବତନ ନାଏବ ସରପଞ୍ଚ କୁରେଶ୍ଵର ବରିହା, ଧୂବଲବରିହା, ମଞ୍ଚକଳାକାର ନିଳାମ୍ବର ମଲ୍ଲିକ ଓ ଭିଷ୍ମ ଷ୍ଟାଣ୍ଢ ପ୍ରମୁଖ ସମ୍ମାନୀୟ ଅତିଥି ଭାବେ ଯୋଗଦେଇଥିଲେ ।

ନେହେରୁ ଯୁବ କେନ୍ଦ୍ରର ସ୍ଵେଚ୍ଛାସେବୀ ଶମ୍ଭୁ ପ୍ରସାଦ ଘିଭେଲା ଅତିଥି ପରିଚୟ ସହ ଦୀବସ ପାଳନ ଲକ୍ଷ୍ୟ ଉଦେଶ୍ୟ ଉପରେ ସମ୍ୟକ ସୂଚନା ପ୍ରଦାନ ସହ ସଂଯୋଜନା କରିଥିଲେ । ନେହେରୁ ଯୁବ କେନ୍ଦ୍ରର ସ୍ଵେଚ୍ଛାସେବୀ ଭବାନୀ ଶଙ୍କର ପାଣିଗ୍ରାହୀ ଓ ସନ୍ତୋଷ ଘିଭେଲା ଅତିଥିମାନଙ୍କୁ ପୁଷ୍ପ ଗୁଚ୍ଛ ଉପଢୌକନ ଦେଇ ସ୍ଵାଗତ କରିଥିଲେ । ଏଥିରେ ଜୟତରୁଣ ଯୁବକ ସଂଘ ସମ୍ପାଦକ ଜଗନ୍ନାଥ ବରିହା, ନିମାଇଁ ଚରଣ ଷ୍ଟାଣ୍ଢ, ଅନୀଲ ବରିହା, ସୂଦାମ ପୁଟେଲ, ଚୈତନ୍ୟ ପୁଟେଲ, ଆନନ୍ଦ ପୁଟେଲ, ବୈକୁଣ୍ଠ ସାହୁ, ନରୋତ୍ତମ ପୁଟେଲ, ଉତ୍ତମ ପୁଟେଲ, ଅମିର ବରିହା, ସୁରେଶ କୁମାର ଷ୍ଟାଣ୍ଢ, ନୀତି ମଲ୍ଲିକ, ଅଜିତ ପୁଟେଲ, ରଘୁମଣି ବରିହା, ଗଙ୍ଗାଧର ପୁଟେଲ, ମନୋଜ୍ ବରିହା, ଲକେଶ ରାଉତ ଓ ଶୁଶାନ୍ତ ରାଉତଙ୍କ ସହ କ୍ଲବର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ । ଜୟ ତରୁଣ ଯୁବକ ସଂଘର ସମ୍ପାଦକ ଜଗନ୍ନାଥ ବରିହା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published.