ବାରଙ୍ଗ ପ୍ରେସ୍ କ୍ଲବର ମୁଖ୍ୟମନ୍ତ୍ରୀଙ୍କୁ ଚିଠି, ସାମ୍ବାଦିକଙ୍କ ପିଲାଙ୍କୁ ଶିକ୍ଷାକ୍ଷେତ୍ରରେ ମିଳୁ ସୁବିଧା


ବାରଙ୍ଗ : (ନଗରାଜ ନ୍ୟୁଜ)ବାରଙ୍ଗ ପ୍ରେସ୍ କ୍ଲବ୍ ତରଫରୁ ଓଡ଼ିଶାର ଛାପା ଓ ବୈଦୁତିକ ଗଣମାଧ୍ୟମର କାର୍ଯ୍ୟରତ ସାମ୍ବାଦିକ,କ୍ୟାମେରାରେ ମେନ ପରିବାରର ପିଲାମାନଙ୍କୁ ଶିକ୍ଷା କ୍ଷେତ୍ରରେ ସୁବିଧା ଯୋଗାଇବା ଲାଗି ମୁଖ୍ୟ ମନ୍ତ୍ରୀ ନବିନ ପଟ୍ଟନାୟକଙ୍କୁ ନିବେଦନ କରାଯାଇଛି। ବହୁ ବିପରୀତ ପରିସ୍ଥିତିରେ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ ଲାଗି ଖବର, ଚିତ୍ର ଓ ଚଳଚିତ୍ର(ଭିଡ଼ିଓ) ସଂଗ୍ରହ କରି ସରକାର, ଜନସାଧାରଣ ଓ ରାଷ୍ଟ୍ରର ହିତ ଉଦ୍ଦେଶ୍ୟରେ କାର୍ଯ୍ୟ କରିଆସୁଥିବା ବେଳେ ସେମମା’ନଙ୍କ ପିଲାମାନେ ଶିକ୍ଷାକ୍ଷେତ୍ରରେ ସଂରକ୍ଷଣ ଓ ନାମଲେଖା, ମାସିକ ଅର୍ଥ ଦେୟ ଓ ଅନ୍ୟାନ୍ୟ ଦେୟ ରିହାତି (ଫିସ୍‌) ଦେବାକୁ ସକ୍ଷମ ନହଁନ୍ତି। ଫଳରେ ଏମାନଙ୍କ ପିଲାମାନେ ବିଦ୍ୟାଳୟ, ମହାବିଦ୍ୟାଳୟ , ଅନ୍ୟାନ୍ୟ ବୈଷୟିକ ତାଲିମ କେନ୍ଦ୍ରରେ ନାମ ଲେଖାଇ ନ ପାରି ଉନ୍ନତ ତଥା ଉଚ୍ଚ ଶିକ୍ଷା ଲାଭ କରିବାରୁ ବଞ୍ଚିତ ହେଉଛନ୍ତି। ସେମାନଙ୍କ ପିଲାଙ୍କଭବିଷ୍ୟତ ସୁବିଧାକୁ ଦୃଷ୍ଟି ରେ ରଖି ଶିକ୍ଷାନୁଷ୍ଠାନରେ ନାମ ଲେଖା କ୍ଷେତ୍ରରେ ସଂରକ୍ଷଣ ଓ ଆର୍ଥିକ ରିହାତି କରାଇବା ଲାଗି ସହୃଦ ସହକାରେ ବିଚାର କରି ପଦକ୍ଷେପ ନେବେକୁ ବାରଙ୍ଗ ପ୍ରେସ୍ କ୍ଲବ୍‌ ତରଫରୁ ପତ୍ର ମାଧ୍ୟମରେ ଦାବୀ କରାଯାଇଛି। ବାରଙ୍ଗ ପ୍ରେସ୍ କ୍ଲବ୍ ର ସଭାପତି ଲିଙ୍ଗରାଜ ରାଉତ ,ସମ୍ପାଦକ ରୁଦ୍ର ନାରାୟଣ ଷଡଙ୍ଗୀ, ଦେବେନ୍ଦ୍ରନାଥ ସାହୁ, ପ୍ରକାଶ ଚନ୍ଦ୍ର ସାହୁ, ଜଗନ୍ନାଥ ଭଞ୍ଜ, ତୁଷାରକାନ୍ତୀ ବେହେରା, ଗୌତମ ରାଉତ ଓ ପ୍ରଶାନ୍ତ କୁମାର ସାହୁଙ୍କ ସମେତ ସଦସ୍ୟମାନେ ବାରଙ୍ଗ ବ୍ଳକ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଭାକର ପଣ୍ଡାଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ କରିଛନ୍ତି।

Leave a Reply

Your email address will not be published.