ଜୀବନ ପ୍ରମାଣପତ୍ର ଶିବିର ଅନୁଷ୍ଠିତ

କଟକ,(ନାଗରାଜ ନ୍ୟୁଜ): ଭାରତ ସରକାରଙ୍କର ଜନ ଅଭିଯୋଗ ଓ ପେନସନ ମନ୍ତ୍ରାଳୟ ଆନୁକୁଲ୍ୟରେ ଆଜି ଭାରତୀୟ ଷ୍ଟେଟ ବ୍ୟାଙ୍କ୍ ପକ୍ଷରୁ ବ୍ୟାଙ୍କର କଟକ ସ୍ଥିତ ମୁଖ୍ୟ ଶାଖା ଠାରେ ପେନସନ ଭୋଗୀ କର୍ମ ଚାରି ମାନଙ୍କର ଡିଜିଟାଲ ମାଧ୍ୟମରେ ଜୀବନ ପ୍ରମାଣ ପତ୍ର ଶିବିର ଅନୁଷ୍ଠିତ ହୋଇଯାଇଛି। ଆଜି ସମଗ୍ର ଦେଶରେ ଏଭଳି କାର୍ଯ୍ୟ କ୍ରମ ଆୟୋଜନ କରାଯାଇଛି।ଓଡ଼ିଶାର କଟକ, ବାଲେଶ୍ଵର ଓ ଭୁବନେଶ୍ବର ଠାରେ ଡିଜିଟାଲ ମାଧ୍ୟମରେ ଜୀବନ ପ୍ରମାଣ ପତ୍ର କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା। ଭାରତୀୟ ଷ୍ଟେଟ ବ୍ୟାଙ୍କ୍ କଟକ ମୁଖ୍ୟ ଶାଖା ଠାରେ ପେନସନ କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ବିଶାଲ କୁମାର ଏବଂ ଭାରତ ସରକାରଙ୍କର ସହ କାରୀ ପ୍ରଶାସକ ଅନଶୁଲ୍ ଶର୍ମା,ବରିଷ୍ଠ ଅବସର ପ୍ରାପ୍ତ ବ୍ୟାଙ୍କ୍ ଅଧିକାରୀ ଉପେନ୍ଦ୍ର କୁମାର ଦାସ .

ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ଯୋଗ ଦେଇ କହିଲେ ଭାରତ ଇତିହାସରେ ଡିଜିଟାଲ ଯୁଗ ଆରମ୍ଭ ହୋଇ ଯାଇଛି। ବର୍ତ୍ତମାନ ପେନସନ ଓ ବ୍ୟାଙ୍କ୍ ସେବାରେ ଅନେକ ପରିବର୍ତ୍ତନ ଆସିଛି ତେଣୁ ପେନସନ ଧାରୀ ମାନେ ଏହାର ସମସ୍ତ ସୁଯୋଗ ନେଇ ଘରେ ବସି ଡିଜିଟାଲ ମାଧ୍ୟମରେ ଜୀବନ ପ୍ରମାଣ ପତ୍ର ପ୍ରଦାନ କରିପାରିବେ ବୋଲି ଅତିଥି ମାନେ କହିଥିଲେ। ଅବସର ପ୍ରାପ୍ତ କର୍ମ ଚାରି ମାନଙ୍କ ପାଇଁ ପେନସନ ଆଣିବା କ୍ଷେତ୍ରରେ ଅଧିକ ସହଜ ହୋଇପଡିଛି। ତେଣୁ ଅଧିକରୁ ଅଧିକ ଅବସର ପ୍ରାପ୍ତ କର୍ମ ଚାରି ମାନେ ଡିଜିଟାଲ ମାଧ୍ୟମରେ ଜୀବନ ପ୍ରମାଣ ପତ୍ର ହାସଲ ପାଇଁ ସଚେତନ ହେବାକୁ ବ୍ୟାଙ୍କ୍ ର ଏ ଜି ଏମ ସୁବାସ କୁମାର ବେହେରା ପରାମର୍ଶ ଦେଇଥିଲେ। ପେନସନ ଆସୋସିଏସନ୍ ର କାର୍ଯ୍ୟ କାରୀ ସଭା ପତି ନିର୍ମଲେନ୍ଦୁ ଗୁପ୍ତା କାର୍ଯ୍ୟ କ୍ରମ ସମ୍ପର୍କ ରେ ସୂଚନା ଦେଇଥିଲେ।

Leave a Reply

Your email address will not be published.