ଟାୱାର ଉପରୁ ଉଦ୍ଧାର ହେଲେ ମଳୟ ରଞ୍ଜନ ଗୋଛି

ବାଙ୍କୀ, (ନାଗରାଜ ନ୍ୟୁଜ): ଦୀର୍ଘ ୬ଘଣ୍ଟା ରେସକ୍ୟୁ ପରେ ମୋବାଇଲ ଟାୱାର ଉପରୁ ଉଦ୍ଧାର ହେଲେ ସେନାବାହିନୀର ଯୁବକ ମଳୟ ରଞ୍ଜନ ଗୋଛି  । ଡମପଡା ତହସିଲଦାର ଖିତିଶ ବେହେରା ମୋବାଇଲରେ ବାରମ୍ବାର ବୁଝା ସୁଝା କରିବା ପରେ ତଥା ପ୍ରଶାସନ ପ୍ରତିଶ୍ରୁତି ଦେବା ପରେ ଯୁବକ ଜଣକ ତଳକୁ ଉଳାଇଥିଲେ । ତାଙ୍କୁ ଡମପଡା ତହସିଲଦାର ଆଗକୁ ଏମିତି ନକରିବାକୁ ବୁଝାଇଥିଲେ । ତାଙ୍କ ଠାରୁ ହ୍ୟାଣ୍ଡ ନୋଟ ଲେଖି ତାଙ୍କୁ ନେଇ ଘରେ ଛାଡିଛି ପ୍ରଶାସନ । ସେପଟେ ଯୁବକ ଜଣକ ଉଦ୍ଧାର ପରେ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି । ନେତା ହୁଅନ୍ତୁ ଅଥବା ପ୍ରଶାସନ ତାଙ୍କର ଅଭିଯୋଗକୁ ନଶୁଣିବାରୁ ସେ ଏମିତି ନିଷ୍ପତି ନେଇଥିଲେ।  ଆଗକୁ ତାଙ୍କର ଅନେକ ଲେଖା ରହିଛି ସମୟ ମିଳିଲେ ସେ ସବୁ ପ୍ରକାଶ କରିବେ ।

Leave a Reply

Your email address will not be published.