ଲକଡାଉନ ଓ ସଟଡାଉନକୁ ସ୍ବାଗତ ଜଣାଇଛନ୍ତି ବଜାରବାସୀ

ବାଙ୍କୀ: ରାଜ୍ୟସରକାରଙ୍କ ପକ୍ଷରୁ ଲକଡାଉନ ଓ ସପ୍ତାହାନ୍ତ ସଟଡାଉନର ଚତୁର୍ଥ ପର୍ଯ୍ୟାୟ ଜାରି ରହିଥିବା ବେଳେ ଏହାର ପ୍ରଭାବ ବାଙ୍କୀ ଅଞ୍ଚଳର କଳାପଥରର ମୁଖ୍ୟ ବଜାରରେ ପଡିଛି । କଳାପଥର ବଜାରଟି ସମ୍ପୂର୍ଣ୍ଣ ୩ଟି ଜିଲ୍ଲାର ସୀମାନ୍ତରେ ରହିଥିବା ବେଳେ ସପ୍ତାହାନ୍ତ ସଟଡାଉନର ଯୋଗୁଁ ସମସ୍ତ ବ୍ୟବସାୟିକ ଅନୁଷ୍ଠାନ ବନ୍ଦ ରହିଥିଲା । ଦିନ ଗୋଟାଏ ପରଠାରୁ କଳାପଥର ଅଞ୍ଚଳର ଗୋଲେଇ ଛକ ଠାରୁ ଆରମ୍ଭ କରି ପୋଷ୍ଟାଲ ଛକ ଓ ମେଡିକାଲ ଛକ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଖାଁ ଖାଁ । ବ୍ୟବସାୟୀ ସଙ୍ଘ ଏହାକୁ ସ୍ୱାଗତ କରିବା ସହିତ ସମସ୍ତ ବ୍ୟବସାୟିକ ଅନୁଷ୍ଠାନ ବନ୍ଦ ରହିଛି । ଅପରପକ୍ଷେ କିଛି ଆମାନିଆ ବ୍ୟବସାୟୀ ଗଳିଆ ବାଟ ଦେଇ କାରବାର ଚଳାଇବା ଉପରେ ପୋଲିସର କଡା ନଜର ରହିଛି । ଯାହାକୁ ନେଇ ପୋଲିସ ପକ୍ଷରୁ ବିଭିନ୍ନ ଛକ ମାନଙ୍କରେ କଡାକଡି ଚେକିଂ ସହିତ ପେଟ୍ରୋଲିଂ ଚାଲିଛି । ଆଉ କିଛି ଅମାନିଆ ଧରାପଡି ଗଣୁଛନ୍ତି ତଣ୍ଡ । ଏସବୁ ମଧ୍ୟରେ ବହୁ ଦିନ ଧରି ଜାରୀ ରହିଥିବା ସପ୍ତାହାନ୍ତ ସଟଡାଉନକୁ ସ୍ୱାଗତ ଜଣାଇଛନ୍ତି ବଜାରବାସୀ ।

Leave a Reply

Your email address will not be published.