ରେଳ ଷ୍ଟେସନରେ ସ୍ଥାପିତ ହୋଇଛି ଏଟିଏମ୍ଏପ

ଭୂବନେଶ୍ବର: ଭୁବନେଶ୍ୱର ରେଳ ଷ୍ଟେସନରେ ସ୍ଥାପିତ ହୋଇଛି ଅଟୋମେଟିକ୍ ଟିକେଟ୍ ଯାଞ୍ଚ ଏବଂ ପରିଚାଳନା ଆକ୍ସେସ୍ (ଏଟିଏମ୍ଏ) ସିଷ୍ଟମ । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଯାତ୍ରୀ ଓ କର୍ମଚାରୀଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଏହି ସିଷ୍ଟମ ସ୍ଥାପିତ ହୋଇଛି ।

ଯଦ୍ଦ୍ଵାରା ଯାତ୍ରୀ ଓ କର୍ମଚାରୀଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ରହିବା ସହ ରେଳ ଷ୍ଟେସନରେ କେବଳ ଅଧିକୃତ ଯାତ୍ରୀମାନେ ପ୍ରବେଶ କରୁଛନ୍ତି କି ନାହିଁ ତାହା ଯାଞ୍ଚ କରିହେବ ।

କୋଭିଡ ମହାମାରୀ ସମୟରେ ଯାତ୍ରୀଙ୍କ ନିରାପଦ ସ୍କ୍ରିନିଂକୁ ନିଶ୍ଚିତ କରିବା ପାଇଁ ରେଳବାଇ ଏହି ପଦକ୍ଷେପ ନେଇଛି। ଏହି ନିଆରା ପଦକ୍ଷେପ ଦ୍ବାରା ଏଟିଏମଏ ବା ଆତ୍ମା ସିଷ୍ଟମ ଦ୍ବାରା ଯାତ୍ରୀଙ୍କ ତାପମାତ୍ରା ପାଇଁ ଫଳପ୍ରଦ ସ୍କ୍ରିନିଂ ଏବଂ ପ୍ରବେଶ ଓ ପ୍ରସ୍ଥାନ ପଏଣ୍ଟରେ କର୍ମଚାରୀଙ୍କ ଦ୍ବାରା ନିରାପଦ ଦୂରତାରୁ ଟିକେଟ୍ ଯାଞ୍ଚ କରିବାରେ ସହାୟତା କରିବ ।

ବିଶେଷକରି ଯେଉଁମାନେ ଇ-ଟିକେଟଧାରୀ, ସେମାନଙ୍କ ପାଇଁ ମୁଖ୍ୟତଃ କାମ କରିବ ୪ଟି ମେସିନ । ଟିକେଟର ବାରକୋଡକୁ ଏହି ମେସିନ କ୍ୟାମେରା ସ୍କାନ କରି ଟିକେଟ କନଫର୍ମ ହୋଇଛି କି ନାହିଁ ଏବଂ ଟିକେଟର ସମସ୍ତ ବିବରଣୀ ଜଣାଇବ

Leave a Reply

Your email address will not be published.