ଆସନ୍ତା ୨୫ ତାରିଖରୁ ପରୀକ୍ଷାର୍ଥୀ ଡାଉନଲୋଡ କରିପାରିବେ ଆଡମିଟ କାର୍ଡ

ଭୂବନେଶ୍ବର: ଯୁକ୍ତ ଦୁଇ ପରୀକ୍ଷାର୍ଥୀ ଆସନ୍ତା ୨୫ ତାରିଖରୁ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ। ପ୍ରାକ୍ଟିକାଲ୍ ରେକର୍ଡ ଓ ପ୍ରୋଜେକ୍ଟ ରିପୋର୍ଟ ସଂଗ୍ରହ କରିପାରିବେ । ଏନେଇ ସ୍ୱତନ୍ତ୍ର ଏସଓପି ଜାରି କରାଯାଇଛି । ଯଦି ପରୀକ୍ଷାର୍ଥୀ କୋଭିଡ ସଂକ୍ରମିତ ଥାଆନ୍ତି ତେବେ ତାଙ୍କ ଲାଗି କୋଭିଡ ଏସଓପିକୁ କୋହଳ କରାଯିବ । ନଚେତ୍ କୋଭିଡ ଗାଇଡଲାଇନ ମାନିବା ବାଧ୍ୟତାମୂଳକ କରାଯାଇଛି।

କର୍ମଚାରୀ ଓ ପରୀକ୍ଷାର୍ଥୀ ଫେସ୍ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଫେସ୍ ମାସ୍କ ବିନା ବିଦ୍ୟାଳୟ କ୍ୟାମ୍ପସରେ ପ୍ରବେଶ କରିବାକୁ ଦିଆଯିବା ନାହିଁ। ପ୍ରବେଶ ପଥରେ ହାତ ସାନିଟାଇଜର ପାଇଁ ବ୍ୟବସ୍ଥା କରାଯିବ। ଛାତ୍ରଛାତ୍ରୀମାନେ ପଢ଼ୁଥିବା ଜୁନିୟର୍‌ କଲେଜ ବା ହାୟର୍‌ ସେକେଣ୍ଡାରୀ ସ୍କୁଲରେ ଜୁଲାଇ ୭ ତାରିଖ ମଧ୍ୟରେ ରିପୋର୍ଟ ଦାଖଲ କରିବେ। ପ୍ରତ୍ୟେକ କାର୍ଯ୍ୟ ଦିବସରେ ତିନୋଟି ବ୍ୟାଚ୍ ପରୀକ୍ଷକଙ୍କ ପାଇଁ ବ୍ୟବସ୍ଥା କରାଯିବ। ପ୍ରତ୍ୟେକ ବ୍ୟାଚ୍ ପାଇଁ ସମୟ ଅବଧି ଦୁଇ ଘଣ୍ଟା ହେବ। ସର୍ବାଧିକ ୪୦ ଜଣ ପରୀକ୍ଷାର୍ଥୀଙ୍କୁ ୨ ଘଣ୍ଟା ଅବଧିର ଗୋଟିଏ ବ୍ୟାଚରେ ରଖାଯିବ । 

ଭିଡ଼କୁ ଏଡାଇବା ପାଇଁ ଭିନ୍ନ ଭିନ୍ନ କାଉଣ୍ଟର ଖୋଲାଯିବ । ଦୁଇଟି କାଉଣ୍ଟର ମଧ୍ୟରେ ପର୍ଯ୍ୟପ୍ତ ଦୂରତା ବଜାୟ ରହିବ । ୬ ଫୁଟର ସର୍ବନିମ୍ନ ଶାରୀରିକ ଦୂରତା ରହିବା ନିତାନ୍ତ ଆବଶ୍ୟକ। କ୍ୟାମ୍ପସରେ ଗାଇଡଲାଇନ ତଦାରଖ ଲାଗି ଏକ ସ୍କ୍ୱାଡ଼ ଗଠନ କରାଯିବ। 

Leave a Reply

Your email address will not be published.