ପୁରୀ ପୁଲିସ ହାତରେ ମୋବାଇଲ ଲୁଟେରା ଗ୍ୟାଙ୍ଗ

ପୁରୀ, (ନାଗରାଜ ନ୍ୟୁଜ): ପୁରୀରେ ଆତଙ୍କ ସୃଷ୍ଟି କରିଥିବା ମୋବାଇଲ ଲୁଟେରା ଗ୍ୟାଙ୍ଗ ଶେଷରେ ପୋଲିସ ହାତରେ ଧରାପଡ଼ିଛନ୍ତି । ପୁରୀ କୁମ୍ଭାରପଡ଼ା ଥାନା ପୋଲିସ ପଞ୍ଝାରେ ମୋବାଇଲ ଲୁଟେରା ଗ୍ୟାଙ୍ଗ । ୫ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବା ସହ ସେମାନଙ୍କଠାରୁ ୨୫ଟି ଦାମି ମୋବାଇଲ, ଗୋଟିଏ ସ୍କୁଟି ଓ ବାଇକ ଜବତ କରିଛି । ଅଭିଯୁକ୍ତମାନେ ହେଲେ ମାର୍କଣ୍ଡେଶ୍ୱର ସାହିର ଶୁଭମ ସାହୁ, ଦାମୋଦର ତ୍ରିପାଠୀ, ରୋହନ କୁମାର ଦଳାଇ, ଆର୍ୟ୍ୟନ୍ କୁମାର ପଲ୍ଲେଇ ଓ ମହାବୀର ବେହେରା । ଅଭିଯୋଗ ଅନୁଯାୟୀ ଗତ ୧୧ ତାରିଖରେ ଅଙ୍କିତ ମିଶ୍ର ନାମକ ଜଣେ ଯୁବକ ଟ୍ୟୁସନ୍ ରୁ ଫେରୁଥିବା ସମୟରେ ତିନିଜଣ ଲୁଟେରା ତାଙ୍କ ହାତରୁ ମୋବାଇଲ ଝାମ୍ପି ନେଇଥିଲେ ‌। ସେହିପରି ଗତକାଲି ଏସିଏସ କଲେଜ ପାଖରେ ଅଜୟ ରାଣାସିଙ୍ଗଙ୍କ ଠାରୁ ମଧ୍ୟ ଦୁଇଜଣ ଅଭିଯୁକ୍ତ ମୋବାଇଲ ଛଡ଼ାଇ ନେଇଥିଲେ । ଏନେଇ ଅଙ୍କିତ ଓ ଅଜୟ ରାଣାସିଙ୍ଗ ଉଭୟେ କୁମ୍ଭାରପଡ଼ା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ କରି ୫ ଜଣ ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି ।

Leave a Reply

Your email address will not be published.