ସଭାପତିଙ୍କୁ ଜନ୍ମଦିନ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲା ମୋ ଅନୁଷ୍ଠାନ ପରିବାର

ଖଇରା,(ନାଗରାଜ ନ୍ୟୁଜ): ପୂଣ୍ୟମୟୀ କେନ୍ଦୁଝର ଜିଲ୍ଲାର ଐତିହାସିକ ଗ୍ରାମ ହେଉଛି ଜମ୍ଭରା । ଏହି ଜିଲ୍ଲାରେ ଘଟଗାଁ ରାଣୀ ମା’ ତାରିଣୀଙ୍କ ପୀଠ ଅବସ୍ଥିତ । ମା’ ଙ୍କ ସୁଦୃଷ୍ଟି ବଳରେ ଜିଲ୍ଲା ତଥା ସମଗ୍ର ଓଡିଶାରେ ଜମ୍ଭରା ଗ୍ରାମର ମାନଚିତ୍ର ମିଳିଥାଏ ଦେଖିବାକୁ । ସ୍ବୟଂ ନାରାୟଣ ଚନ୍ଦ୍ର ସେନାପତି ହେଉଛନ୍ତି ସେହି ମାନଚିତ୍ରର ଫଟୋଚିତ୍ର । ପବିତ୍ର ମାଘମାସ ଇଂରାଜୀ ତା ୧୭/୦୧/୧୯୭୨ ରିଖ ଶୁଭ ବେଳାରେ ପିତା ଚକ୍ରଧର ସେନାପତି ଓ ମାତା ସାବତ୍ରୀ ସେନାପତିଙ୍କ କୋଳମଣ୍ଡନ କରି ପବିତ୍ର ଗ୍ରାମ ମାଟିକୁ ଧନ୍ୟ କରିଛନ୍ତି । ପିତା ଥିଲେ ଜଣେ ବିଦ୍ୱାନ, ନିର୍ମାୟା, ସମାଜସେବୀ, ସରଳ, ସଚ୍ଚୋଟ, ପରୋପକାରୀ, ପଣ୍ଡିତ, ସଙ୍ଗୀତଜ୍ଞ, ଆଧ୍ୟାତ୍ମିକବାଦୀ ସମେତ ବହୁ ପ୍ରତିଭାର ଅଧିକାରୀ । କିନ୍ତୁ ତାଙ୍କର ମାତା ସାବତ୍ରୀ ଥିଲେ ଜଣେ ଅତୀବ ଧର୍ମପରାୟଣା ମହିଳା । ସେ ସବୁବେଳେ ସ୍ବୟଂ ନାରାୟଣଙ୍କ ନାମ ଜପ କରୁଥିବାରୁ ପୁତ୍ରର ନାମ ରଖିଛନ୍ତି ନାରାୟଣ ।

ପିତାମାତାଙ୍କର ସମସ୍ତ ଗୁଣର ଅଧିକାରୀ ହେଉଛନ୍ତି ପୁତ୍ର ନାରାୟଣ ଚନ୍ଦ୍ର ସେନାପତି । ବୃତ୍ତିରେ ଜଣେ ଶିକ୍ଷକ ହେଲେ ବି ଆଗଧାଡିର ଜଣେ ସାହିତ୍ୟ ସାଧିକ । ସୁନ୍ଦର ସାହିତ୍ୟ ସୃଷ୍ଟି କରି ସାରସ୍ୱତ ସାହିତ୍ୟ ସାଧକ/ସାଧିକା ମାନଙ୍କ ହୃଦୟକୁ କରିଛନ୍ତି ଜୟ । ମାଆଙ୍କ ଠାରୁ ପ୍ରାଥମିକ ଜ୍ଞାନ ଓ ପିତାଙ୍କ ଠାରୁ ଇଂରାଜୀ ଶିକ୍ଷାରେ ଯେଉଁ କୌଶଳବିଦ୍ଯା ଅର୍ଜନ କରିଛନ୍ତି, ତାହା ଶାସ୍ତ୍ର ପୁରାଣରେ ଥିବା ଅମୂଲ୍ୟ ଜ୍ଞାନ ଠାରୁ ଅଧିକ ହେବ ! ଗୁରୁଙ୍କୁ ପଥପ୍ରର୍ଶକ ମନେକରି ସାହିତ୍ୟ ପଥରେ ଚାଲି ଚାଲି ସେ ଆଜି ଯେଉଁ ସ୍ଥାନରେ ପହଞ୍ଚିଛନ୍ତି ତାହା ବର୍ଣ୍ଣନା କରିବା ସମ୍ଭବ ନୁହେଁ । ସାହିତ୍ୟର ଦକ୍ଷତା ଦେଖି ବିଭିନ୍ନ ସାହିତ୍ୟ ଅନୁଷ୍ଠାନ କରିଛି ଆପଣାର, ଦେଇଛି ସ୍ଥାନ ଓ ବିଭିନ୍ନ ପଦପଦବୀ । ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ଆଳଦା, ଖଇରା, ବାଲେଶ୍ଵରର ମୁଖ୍ୟସମୀକ୍ଷକ, ମାର୍ଗଦର୍ଶକ ଓ ସଭାପତି ସ୍ଥାନ କରିଛନ୍ତି ମଣ୍ଡନ । ନିର୍ମଳ ହୃଦୟ ଓ ପବିତ୍ର ଭଲପାଇବାକୁ ନେଇ ଅନୁଷ୍ଠାନକୁ ଆଗେଇ ନେବାରେ ଯେଉଁ ଉଦ୍ୟମ ଜାରି ରଖିଛନ୍ତି, ତାହା ବାସ୍ତବରେ ସ୍ୱଗତ୍ୟଯୋଗ୍ୟ । ଆଜି ହେଉଛି ସେହି ମହାନ୍ ସାରସ୍ୱତ ସାହିତ୍ୟ ସାଧକ ତଥା ମୋ ଅନୁଷ୍ଠାନ ସଭାପତି ଶ୍ରୀଯୁକ୍ତ ନାରାୟଣ ଚନ୍ଦ୍ର ସେନାପତିଙ୍କ ଶୁଭ ଜନ୍ମଦିନ । ଏହି ଜନ୍ମଦିନ ଉପଲକ୍ଷେ ମୋ ଅନୁଷ୍ଠାନ ପରିବାରର ସମସ୍ତ ସଦସ୍ୟ/ସଦସ୍ୟା ଏବଂ ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି ।

Leave a Reply

Your email address will not be published.