ସମ୍ପତ୍ତି ପାଇଁ ମା’କୁ ହତ୍ୟା କଲା ଜନ୍ମକଲା ପୁଅ  

କଟକ, (ନାଗରାଜ ନ୍ୟୁଜ): ସମ୍ପତ୍ତି ପାଇଁ ସଇତାନ ସାଜିଲା ପୁଅ । ଟଙ୍କା ପଇସା ଜମିବାଡି ସମ୍ପତ୍ତି ଲୋଭରେ ନିଜ ପ୍ରକୃତ ସମ୍ପତ୍ତିକୁ ନିଜ ହାତରେ ଧ୍ୱସଂ କଲା ପୁଅ । ଜମିବାଡ଼ି ବିବାଦ ତଥା ପାରିବାରିକ କଳହକୁ କେନ୍ଦ୍ର କରି ମା’କୁ ହତ୍ୟାକଲା ପୁଅ । ଏପରି ଘଟଣା ଘଟିଛି କଟକ ଜିଲ୍ଲା ଶ୍ରୀବିହାର କଲୋନୀରେ । ମୃତକ ମହିଳା ଜଣକ ହେଲେ ପରେଶ କୁମାରୀ ସିଂହଦେଓ । ସେ କନିକା ରାଜାଙ୍କ ନାତୁଣୀ ବୋହୂ ବୋଲି ଜଣାପଡିଛି । ଅଭିଯୁକ୍ତ ପୁଅ ଗୋପାଳ ଭଞ୍ଜଦେଓକୁ ବିଡ଼ାନାସୀ ଥାନାରେ ଅଟକ ରଖିଛି ପୋଲିସ ।

ସୂଚନା ଅନୁସାରେ କିଛି ଦିନ ହେବ ଜମିବାଡିକୁ ନେଇ ଘରେ ବିବାଦ ଲାଗିରହିଥିଲା । ପୂର୍ବରୁ ମଧ୍ୟ ଗୋପାଳ ପରେଶ ଦେବୀଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ। ଏନେଇ ପୋଲିସକୁ ଖବର ମଧ୍ୟ ଦିଆଯାଇଥିଲା । ତେବେ ପୋଲିସ ଗୋପାଳକୁ ତାଗିଦ କରି ଛାଡି ଦେଇଥିଲେ । ଆଜି ସକାଳୁ ଏକ ଧାରୁଆ ଅସ୍ତ୍ରରେ ପରେଶ ଦେବୀଙ୍କୁ ହତ୍ୟା କରିଛି । ଏହି ସମୟରେ ପରେଶ ଦେବୀଙ୍କ ଝିଅ ଘରେ ଉପସ୍ଥିତ ଥିଲେ।ଗୋପାଳ ଭଞ୍ଜଦେଓକୁ ବିଡ଼ାନାସୀ ଥାନାରେ ଅଟକ ରଖାଯାଇଛି । ଘଟଣା ସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଚଳାଇଛନ୍ତି । ସମ୍ପତ୍ତି ପାଇଁ ମଆକୁ ମାରିବାକୁ ପଛାଇଲାନି ଜନ୍ମକଲା ପୁଅ । ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

Leave a Reply

Your email address will not be published.