ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ପରେଡ ଅନୁଷ୍ଠିତ, ଯୋଗ ଦେଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (ନାଗରାଜ ନ୍ୟୁଜ): ସମଗ୍ର ଦେଶ ଆଜି ୭୩ ତମ ଗଣତନ୍ତ୍ର ଦିବସ ପାଳନ କରୁଛି । ଆଜି ସମୟ: ୮.୧୫ ରେ ଭୁବନେଶ୍ୱରର ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟ ସ୍ତରୀୟ ପରେଡ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଶ ଲାଲ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସମ୍ମାନିତ ଅତିଥି ଭାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଅଭିବାଦନ ଗ୍ରହଣ କରିଥିଲେ । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରାଜ୍ୟସ୍ତରୀୟ ପରେଡ ଅନୁଷ୍ଠିତ ହୋଇଯାଇଛି । ସୁରକ୍ଷା କାରଣରୁ ଗାନ୍ଧୀମାର୍ଗକୁ ଯୋଡୁଥିବା ସମସ୍ତ ମାର୍ଗକୁ ସିଲ କରିଦିଆଯାଇଥିଲା। କୋଭିଡ କଟକଣା ମଧ୍ୟରେ ପରେଡ ଆୟୋଜିତ ହୋଇଯାଇଛି। ଏହି ପରେଡ୍‌ରେ ପ୍ରଥମ ଥର ଲାଗି ବିଏସ୍‌ଏଫ୍ ସାମିଲ ହୋଇଥିଲା। ତେବେ ପରେଡ ଦେଖିବାକୁ ସାଧାରଣ ଲୋକଙ୍କୁ ବାରଣ କରାଯାଇଥିଲା। କୋଭିଡ କଟକଣାକୁ ଦୃଷ୍ଟିରେ ରଖି କେବଳ ସୀମିତ ସଂଖ୍ୟକ ଅତିଥି ଉତ୍ସବରେ ନିମନ୍ତ୍ରିତ ଯୋଗ ଦେଇଥିଲେ। ପରେଡରେ ଅଂଶଗ୍ରହଣ କରୁଥିବା ବ୍ୟକ୍ତିଙ୍କ ପାଇଁ ଆରଟି-ପିସିଆର ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି ।

ସୁରକ୍ଷାକୁ ଦୃଷ୍ଟିରେ ରଖି ୬୨ ଟି ସିସିଟିଭି କ୍ୟାମେରା ଲଗାଯାଇଛି ଏବଂ ଏହି ଅଞ୍ଚଳରେ ଏକ ନଜର ରଖିବା ପାଇଁ ମହାତ୍ମା ଗାନ୍ଧୀ ମାର୍ଗରେ ଗୋଟିଏ କଣ୍ଟ୍ରୋଲ୍ ରୁମ୍ ମଧ୍ୟ ସ୍ଥାପନ କରାଯାଇଛି। ଗଣତନ୍ତ୍ର ଦିବସ ପାଳନ ପାଇଁ ଏକ ପାଞ୍ଚ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ବୋଲି ଟ୍ୱିନ୍ ସିଟି ପୋଲିସ୍ କମିଶନର ସୋମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି।

Leave a Reply

Your email address will not be published.