ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକରେ ପହଞ୍ଚିଲା ମୋ ଅନୁଷ୍ଠାନ

ବାଲେଶ୍ୱର, (ନାଗରାଜ ନ୍ୟୁଜ): ଗଦ୍ୟ ସାହିତ୍ୟର ବିକାଶ ପାଇଁ ୨୦୧୯ ମସିହାରେ ବାଲେଶ୍ଵର ଜିଲ୍ଲା ଖଇରା ଠାରେ ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ଗଠିତ । ବିଭିନ୍ନ ପ୍ରକାର ପ୍ରତିଯୋଗିତା ସହିତ ସମାଜସେବା ମଧ୍ୟ ଆପଣେଇଛି ଅନୁଷ୍ଠାନ । ଗରିବ ଓ ଅସହାୟମାନଙ୍କ ସେବା ସହିତ ସାମ୍ପ୍ରତିକ କରୋନା ମହାମାରୀ ସମୟରେ ଗତବର୍ଷ ଠାରୁ ଆରମ୍ଭ କରିଛି କରୋନା ଯୋଦ୍ଧା ପ୍ରମାଣ ପତ୍ର ପ୍ରଦାନ କାର୍ଯ୍ୟକ୍ରମ । ଅନୁଷ୍ଠାନ ଗତବର୍ଷ ବିଭିନ୍ନ ବର୍ଗର ୧୬ ଶହ ଯୋଦ୍ଧାଙ୍କୁ କରୋନା ଯୋଦ୍ଧା ପ୍ରମାଣ ପତ୍ର ପ୍ରଦାନ କରିଥିଲା । ଚଳିତବର୍ଷ ମଧ୍ୟ ଏହି କାର୍ୟ୍ୟକ୍ରମ ଜାରି ରହିଛି । ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକରେ ପହଞ୍ଚି ବ୍ଲକର ବିଭାଗୀୟ ଅଧିକାରୀ ଦିଲ୍ଲୀପ କୁମାର ପାତ୍ରଙ୍କୁ କରୋନା ଯୋଦ୍ଧା ପ୍ରମାଣ ପତ୍ର-୨୦୨୧ ପ୍ରଦାନ କରିଛନ୍ତି ମୋ ଅନୁଷ୍ଠାନ ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା । ଉକ୍ତ ପ୍ରମାଣ ପତ୍ର ପ୍ରଦାନ ବେଳେ ସ୍ଥାନୀୟ ସଙ୍ଗଠନର କର୍ମକର୍ତ୍ତାମାନେ ସମ୍ପାଦକ ବେହେରାଙ୍କୁ ସହଯୋଗ କରିଥିଲେ । ଆଗାମୀ ଦିନରେ ରାଜ୍ୟର ଅବଶିଷ୍ଟ ଜିଲ୍ଲାରେ ଏଭଳି କାର୍ଯ୍ୟକ୍ରମ ଅନୁଷ୍ଠାନ ଦ୍ୱାରା ଚାଲୁ ରହିବ ବୋଲି ଅନୁଷ୍ଠାନର ପ୍ରତିଷ୍ଠାତା ଓ ସମ୍ପାଦକ ବେହେରା ପ୍ରକାଶ କରିଛନ୍ତି ।

 

Leave a Reply

Your email address will not be published.