ସର୍ବଭାରତୀୟ ବିଞ୍ଝାଲ ସମାଜ ପକ୍ଷରୁ ନୂଆଁଖାଇ ଭେଟଘାଟ

ନୂଆପଡ଼ା, (ନାଗରାଜ ନ୍ୟୁଜ): ଆଜି ନୂଆପଡ଼ା ଜିଲ୍ଲା ଦର୍ଲିମୁଣ୍ଡା ପଞ୍ଚାୟତ ଖଲିଆପାଣି ଗାଁର ଆମ୍ବ ତୋଟାରେ ସର୍ବଭାରତୀୟ ବିଞ୍ଝାଲ ସମାଜ ପକ୍ଷରୁ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ସର୍ବଭାରତୀୟ ବିଞ୍ଝାଲ ସମାଜର ଲାଟ ସଭାପତି ହୃଷିକେଶ ବରିହା ଯୋଗଦାନ କରି କାର୍ଯ୍ୟକୁ ସାଫଲ୍ୟ ମଣ୍ଡିତ କରିଛନ୍ତି । ସମ୍ମାନିତ ଅତିଥି ଚନ୍ଦ୍ରଶେଖର ବାଗ, ଜିଲ୍ଲା ସଭାପତି ଅର୍ଜୁନ ବରିହା, ବଲାଙ୍ଗିର ବକ୍ଳ ସଭାପତି କୁଷ ବରିହା , ଜିଲ୍ଲା ସଂପାଦକ ଗନ୍ଧର୍ବ ବରିହା, ଜିଲ୍ଲା କୋଷାଧ୍ୟକ ଯୁଗଳ କିଶୋର ବରିହା, ଚନ୍ଦ୍ରଶେଖର ବରିହା, ଆସାରାମ ବରିହା, ଚୈତନ୍ୟ ବରିହା, ତ୍ରିଲୋଚନ ବରିହା ଓ ଉତ୍ତର କୁମାର ବରିହା ପ୍ରମୁଖ ଯୋଗ ଦେଇଥିଲେ ।

ଏହି ସଭାରେ ଶଙ୍କର ପ୍ରସାଦ ମାଝୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ କାର୍ଯ୍ୟକୁ ଉତ୍ସାହିତ କରିଥିଲେ । ଏହାପରେ ଇଷ୍ଟଦେବୀ ମାଁ ବିନ୍ଧ୍ୟବାସିନୀକୁ ପୂଜାର୍ଚ୍ଚନା କରାଯାଇଥିଲା । ସମ୍ମାନିତ ଅତିଥି ମାନଙ୍କ ପରିଚୟ ପ୍ରଦାନ କରାଯାଇଥିଲା । ସଙ୍ଗୀତ ଗାନ କରାଯାଇ ସଭାକୁ ଉଦଘାଟିତ କରାଯାଇଥିଲା । ସଭାରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଉପରେ ଆଲୋଚନା କରାଯାଇଥିଲା । ପରେ ବିଞ୍ଜାଲ ସମାଜ ଶିକ୍ଷା ସଂସ୍କୃତି ସାହିତ୍ୟ କଳା ବାଣିଜ୍ୟ ଉପରେ କିପରି ଉନ୍ନତ ହୋଇ ପାରିବ ସେହି ଦିଗରେ ମାର୍ଗ ଦର୍ଶାଇଥିଲେ। ଏହି ସଭାରେ ବିଞ୍ଜାଲ ସମାଜର ଯେଉଁ ଛାତ୍ରଛାତ୍ରୀମାନେ ଦଶମ, ଦ୍ୱାଦଶ, ସ୍ନାତକ, ଆଇଟିଆଇ, ଡିପ୍ଲୋମା, ସିଟି, ବିଇଡି, ଇଞ୍ଜିନିୟରିଂ ପାଠରେ ଉତ୍ତୀର୍ଣ୍ଣ ହୋଇଥିଲେ ସେମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ମାନପତ୍ର ପ୍ରଦାନ କରାଯାଇଛି । ସମସ୍ତ ବକ୍ତାମାନେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ଓ ପରିଶେଷରେ ଶିଶୁପାଳ ବରିହା ଧନ୍ୟବାଦ ଅର୍ପଣ କରି ସଭା ଶେଷ କରିଛନ୍ତି ।

Leave a Reply

Your email address will not be published.