ଦଶ ଦଫା ଦାବି ନେଇ ଓଡ଼ିଶା ଡ୍ରାଇଭର ମହାସଂଘ ରାଜ୍ୟ ରାଜପଥ ଅବରୋଧ, ଦାବି ପୂରଣ ନ ହେବାଯାଏ ରାସ୍ତା ଅବରୋଧ ଚେତାବନୀ

ସୁନ୍ଦରଗଡ଼,(ନାଗରାଜ ନ୍ୟୁଜ): ୧୦ ଦଫା ଦାବି କୁ ନେଇ ଡ୍ରାଇଭର ମହାସଂଘ ଆଜି ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରି ସମସ୍ତ ମାଲବାହୀ ଟ୍ରକ ପିକଅପ ଗାଡ଼ି ଗୁଡ଼ିକୁ ଅଟକା ଯାଇଥିବା ଦେଖିବାକୁ ମିଳିଛି। ଯାହା ଫଳରେ ଗନ୍ତବ୍ୟ ସ୍ଥଳରେ ଟ୍ରକ୍ ଗୁଡିକ ଯାଇନପାରି ରାସ୍ତା ରେ ଶହଶହ ସଂଖ୍ୟା ରେ ଛିଡ଼ାହୋଇଥିବା ଦେଖାଯାଇଛି। ବିଶେଷ କରି ଜିଲ୍ଲା ର ରାଜଗାଙ୍ଗପୁର ସହର ସ୍ଥିତ ରାଣୀ ବନ୍ଦ ରାଜ୍ୟ ରାଜପଥ ଏବଂ କୁତ୍ରା ବ୍ଳକ ରାଞ୍ଚି ରୋଡ଼ ଛକ ଠାରେ ଡ୍ରାଇଭର ମାନେ ତମ୍ବୁ ପକାଇ ପ୍ଳା କାର୍ଡ ଧରି ଗାଡିଗୁଡିକ ଅଟକାଇ ରଖାଯାଇଛି। ଡ୍ରାଇଭର ମହାସଂଘ ଶାନ୍ତି ପୂର୍ଣ ଧର୍ମ ଘଟ କରୁଥିଲେ ମଧ୍ୟ ବହୁ ଦୂରଦୂରାନ୍ତରୁ ଆସୁଥିବା ଟ୍ରକ ମାନଙ୍କରେ ଲଦା ହୋଇଥିବା ଫଳ ଯଥା _ଅଙ୍ଗୁର, କଦଳୀ, ଅନ୍ୟାନ୍ୟ ଫଳ ସବୁ ଠିକ୍ ସମୟରେ ଗନ୍ତବ୍ୟ ସ୍ଥାନରେ ନ ପହଞ୍ଚିଲେ ନଷ୍ଟ ହୋଇଯିବାର ଭୟ ରହିଥିବା ବେଳେ, ସରକାର ଯଦି ଡ୍ରାଇଭର ମହାସଂଘ କଥା ନ ନ ଶୁଣନ୍ତି ଏବଂ ଅନିର୍ଦ୍ଦିଷ୍ଟ ଧର୍ମ ଘଠ ପାଇଁ ଯଦି ଡ୍ରାଇଭର ମହାସଂଘ ଜିଦ୍ ରେ ଅଟଳ ରହେ, ତାହେଲେ ମହାରାଷ୍ଟ୍ରରୁ ଆସୁଥିବା ଫଳସବୁ ଟ୍ରକ୍ ରେ ସଢ଼ି ଯିବାର ଭୟ ରହିଥିବା କଥା ମ‌ହାରାଷ୍ଟ୍ରରୁ ଆସୁଥିବା ଜଣେ ଟ୍ରକ ଡ୍ରାଇଭର ଛଳଛଳ ଆଖିରେ ଆମ ସୁନ୍ଦରଗଡ଼ ପ୍ରତିନିଧି ଙ୍କୁ କରିଥିଲେ। ଅନ୍ୟ ପକ୍ଷରେ ଆମ ପ୍ରତିନିଧି କୁତ୍ରା ଡ୍ରାଇଭର ମହାସଂଘ ର ସଭାପତି ଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କହିଥିଲେ ଯେ, ଆମେ ଆମ ଦଶ ଦଫା ଦାବି ନେଇ ଶାନ୍ତି ପୂର୍ଣ ଭାବେ ଧର୍ମ ଘଟ କରୁଛୁ, ସାଧାରଣ ଜନତା ତଥା ଛାତ୍ର ଛାତ୍ରୀ କିମ୍ବା ରୋଗୀ ମାନଙ୍କ ଗାଡ଼ି କୁ ଯିବାଆସିବା ରେ କେତେ ପ୍ରତିବନ୍ଧକ ରଖଗନାହୁ ବୋଲି ସେ କହିଥିଲେ।

ସୁନ୍ଦରଗଡ଼ରୁ ଦଶରଥ ପୋଡ଼ଙ୍କ ରିପୋର୍ଟ

Leave a Reply

Your email address will not be published.