ଦିନେ ସେ ଥିଲେ କର୍ପୋରେଟର; ଆଜି ଦିନ ମଜୁରିଆ, ଜାଣନ୍ତୁ ସୁକାନ୍ତି ସିଂଙ୍କ ଜୀବନ କଥା

କଟକ,(ନାଗରାଜ ନ୍ୟୁଜ) : ଦୁଃଖ ଯେତେବେଳେ କଳା ବାଦଲ ପରି ଘୋଟି ଆସେ । ସେତେବେଳେ ମଣିଷ ହୋଇପଡେ ନିରାଶ ମେଘ ରାଶି । ଆଉ ତଳ ମୁଁହା ହୋଇ ଭୂମିକୁ କରେ ଆଲିଙ୍ଗନ । ଆଉ ସମୟ ଚକ୍ରରେ ପେଶୀ ହୋଇ ସେଇ ମାଟିରେ ମିସିଯାଇଥାଏ ଆଜିର ମଣିଷ । ସମୟ ବଦଳିବା ସହ କିଏ ଏଠି ହୁଏ ରାଜା ତ କିଏ ଦାଣ୍ଡର ଭିକାରୀ । ତେବେ ଦିନ ସିନା ଚାଲିଯାଏ ହେଲେ ସ୍ମୃତି ରୁହେ ସାଥି ହୋଇ । ଏହି କଥା କହିବାର ଅର୍ଥ । ଏମିତି ଜଣେ ମଣିଷ ଯିଏ ଜୀବନର ମୁଲ୍ୟକୁ ନେଇ କରିଛନ୍ତି ପ୍ରଶ୍ନ । ଆଉ ସେ ହେଉଛନ୍ତି କଟକ ବମ୍ଫକୁଦ ନିକଟରେ ରହୁଥିବା ସୁକାନ୍ତି ସିଂ । ଯିଏ ଦିନେ କଟକ ମହାନଗର ନିଗମର କର୍ପୋରେଟର ରହି ଆସୁଥିଲେ । ହେଲେ ଆଜି ସିଏ ସମସ୍ତଙ୍କ ପାଇଁ ଅଲୋଡା । ଦିନେ ୱାର୍ଡ ସେବା ପାଇଁ ନିଜକୁ ଉତ୍ସର୍ଗକୃତ କରିଥିବା ସୁକାନ୍ତି ଆଜି ନିଜେ ଅସହାୟ । କିଏ ଜାଣିଥିଲା ସମୟର ସ୍ରୋତ ଆଣି ଏଠି ଠିଆ କରିବ । କେତେ ପରିବାର ପାଇଁ ଘର ତୋଳିଥିବା ମହିଳାଙ୍କ ମୁଣ୍ଡରେ ଆଜି ଛାତ ନାହିଁ । ଟିଣ, ବାଲି ବସ୍ତା ଓ ଆଜବେଷ୍ଟ ତଳେ କଟିଛି ଜିବନ । ଚିତ୍ର ଦେଖିଲେ ଲାଗୁଥିବ ଏହା କୌଣସି ଗରିବ କୁଡ଼ିଆ ବୋଲି । ହେଲେ ବାସ୍ତବ ରେ ଏହି କୁଡ଼ିଆ ହେଉଛି ଜଣେ ପୂର୍ବତନ କର୍ପୋରେଟରଙ୍କ ଘର । ଶୁଣିଲେ ବିଶ୍ୱାସ ହେବା ମୁସ୍କିଲ । ହେଲେ ବିଶ୍ୱାସ କରିବାକୁ ଆମେ ବାଧ୍ୟ । ଏହି ମହିଳା ହେଉଛନ୍ତି ସୁକାନ୍ତି ସିଂ । ଦିନ ଥିଲା ଏଇ ଥିଲେ କଟକ ମହାନଗର ନିଗମର କର୍ପୋରେଟର । ଦିନ ଥିଲା ୱାର୍ଡ ବାସୀଙ୍କ ପାଇଁ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ କରୁଥିଲେ ସୁକାନ୍ତି । ଏମିତିକି ବିପକ୍ଷ ଦଳର ପାର୍ଥିକୁ ହରାଇବା ପାଇଁ ସକ୍ଷମ ହେଉଥିଲେ ସୁକାନ୍ତି, ହେଲେ ଆଜି ସେ ସମୟ ଆଗରେ ସେ ମାନିଛନ୍ତି ହାର । ଏମିତକି ରାଜନୀତି ମଧ୍ୟରେ ନିଜର ଏକ ସନ୍ତାନ ହରାଇଛନ୍ତି ସେ । କିନ୍ତୁ ସୁକାନ୍ତିଙ୍କ ଆଜିର ଦୃଶ୍ୟ ବେଶ ହୃଦୟ ବିଦାରକ । ପୂର୍ବତନ କର୍ପୋରେଟର ରୁ ଆଜି ଜଣେ ଦିନ ମଜୁରିଆ ।ଯେତିକି ଟଙ୍କା ମଜୁରୀ ଅଣନ୍ତି ସେଥିରେ ପୋଷେ ତାଙ୍କର ପରିବାର । ଘରେ ବୁଲୁଛନ୍ତି ମାଳମାଳ କୁକୁର ବିଲେଇ। ହେଲେ ତାଙ୍କୁ ହୁଡେଇବା ପାଇଁ ମଧ୍ୟ ସୁକାନ୍ତିଙ୍କ ପାଖେ ବଳ ନାହିଁ ।

୨୦୦୨ ମସିହାରୁ କଟକ ସଦର ଅଞ୍ଚଳ ରେ ରହିଆସୁଥିଲେ ସୁକାନ୍ତି । ୨୦୦୪ ମସିହାରେ ଆରମ୍ଭ ହୋଇଥିବା ପୌର ନିର୍ବାଚନ ରେ ପାର୍ଥି ହୋଇ ବିଜୟ ଲାଭ ମଧ୍ୟ କରିଥିଲେ ସେ । ଏହାପରେ ଲୋକ ପ୍ରତିନିଧି ହିସାବରେ ୫ ବର୍ଷ କାର୍ଯ୍ୟ କରିବା ପରେ । ଧୀରେ ଧୀରେ ମାଡି ଆସିଥିଲା ଦୁଃଖ ର ବାଦଲ । ଆଉ ଆଜି ସେ ଦୁଃଖ ଦୃଶ୍ୟ ବେଶ ହୃଦୟ ବିଦାରକ। ଗୋବର କାମ ଓ ଇଟା ପକାଇ ଏବେ ସେ ବଞ୍ଚିବା ପାଇଁ ମାଗୁଛନ୍ତି ସହାୟତା । ତେବେ ବର୍ତ୍ତମାନ ସମୟରେ ରାଜ୍ୟ ସରକାର ମହିଳାଙ୍କ ବିକାଶ କଥା କହୁଥିଲା ବେଳେ , ସୁକାନ୍ତି କିନ୍ତୁ ନିଜର ଉଦ୍ୟମ ବଳରେ ହୋଇଥିଲେ କର୍ପୋରେଟର । କିନ୍ତୁ ଆଜିର ଦହନୀୟ ସ୍ଥିତି ରେ ସେ କିଛି ସରକାରୀ ସାହାଯ୍ୟ ପାଇ ପାରିଲେ ହୁଏତ ତାଙ୍କ ଜୀବନ ରେ ଫେରି ପାରନ୍ତା ଖୁସି ।

 

Leave a Reply

Your email address will not be published.