ଗଣମାଧ୍ୟମ ଭୂମିକା ସମ୍ପର୍କରେ ଏକ ଦିନିକିଆ କର୍ମଶାଳା

କଟକ,(ନାଗରାଜ ନ୍ୟୁଜ): ରାଜ ଯୋଗୀ ଶିକ୍ଷା ଓ ଗବେଷଣା ଫାଉଣ୍ଡେସନ ପକ୍ଷରୁ ଦେଶର ସ୍ଵାଧୀନତା ପ୍ରାପ୍ତିର ୭୫ ବର୍ଷ ପୂର୍ତ୍ତି ଆଜାଦି କି ଅମୃତ ମହୋତ୍ସବ ଅବସରରେ ରାଷ୍ଟ୍ର ଗଠନରେ ଗଣ ମାଧ୍ୟମର ଭୂମିକା ସମ୍ପର୍କରେ ଏକ ଦିନିକିଆ କର୍ମଶାଳା ଆଜି ଝାଞ୍ଜିର୍ ମଙ୍ଗଳା ସ୍ଥିତ ବ୍ରହ୍ମ କୁମାରୀ ପ୍ରଭୁ ସମର୍ପଣ ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି। ରାଜ ଯୋଗିନୀ ବି କେ କମଳେଶ ଏହି କର୍ମ ଶାଳାରେ ଅଧ୍ୟକ୍ଷତା କରିଥିଲେ। ସାମ୍ପ୍ରତିକ ଦେଶର ସମୃଦ୍ଧି ବା ଦେଶ ଗଠନରେ ଗଣ ମାଧ୍ୟମର ଭୂମିକା ବିଷୟ ବସ୍ତୁ କୁ ନେଇ ଏହି କର୍ମ ଶାଳା ଅନୁଷ୍ଠିତ ହୋଇଥିଲା। କର୍ମ ଶାଳାରେ ବହୁ ଗଣ ମାଧ୍ୟମରେ ପ୍ରତି ନିଧି ମାନେ ଯୋଗ ଦେଇ ଦେଶ ଗଠନରେ ଗଣ ମାଧ୍ୟମର ଭୂମିକା କୁ ନେଇ ଆଲୋଚନା କରିଥିଲେ। ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ, ରାଷ୍ଟ୍ରୀୟ, ସଂଯୋଜକ ବି କେ ସୁଶାନ୍ତ, ଭାଇ ମନିସ ବାଜ୍ ପେଇ, ବି କେ ପୁନମ, ବରିଷ୍ଠ ସ୍ତମ୍ଭ କାର ଅରୁଣ ପଣ୍ଡା କାର୍ଯ୍ୟ କ୍ରମରେ ଅତିଥି ଭାବରେ ଯୋଗଦେଇ ଦେଶ ଗଠନରେ ଗଣ ମାଧ୍ୟମର ଭୂମିକା ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।ଅତିଥି ମାନେ କହିଲେ ଭାରତୀୟ ଗଣ ତନ୍ତ୍ର ବ୍ୟବସ୍ଥାକୁ ସୁଦୃଢ଼ ଏବଂ ଏହାର ସୁରକ୍ଷା କ୍ଷେତ୍ରରେ ଗଣ ମାଧ୍ୟମ ର ମୁଖ୍ୟ ଭୂମିକା ରହିଛି । ସମାଜ ବା ରାଷ୍ଟ୍ରର କ୍ଷତି କଲା ଭଳି ସମ୍ବାଦ ପରିବେଷଣ ନ କରି ଦେଶ ସମାଜର ହିତ ଦୃଷ୍ଟିରୁ ସମ୍ବାଦ ପରିବେଷଣ କରନ୍ତୁ।ଗଣ ତନ୍ତ୍ର ରାଷ୍ଟ୍ର ରେ ଗଣ ମାଧ୍ୟମକୁ ଚତୁର୍ଥ ସ୍ତମ୍ଭ ଆଖ୍ୟା ଦିଆ ଯାଇଛି। ତେଣୁ ଗଣ ମାଧ୍ୟମର ପ୍ରତିନିଧି ମାନେ ଏହାକୁ ଦୃଷ୍ଟିରେ ରଖି ସମ୍ବାଦ ପରିବେଷଣ କରନ୍ତୁ। ପ୍ରାରମ୍ଭରେ ବି କେ ସୁଲୋଚନା କର୍ମ ଶାଲାର ଉଦ୍ଦେଶ୍ୟ ସମ୍ପର୍କ ରେ ସୂଚନା ଦେଇଥିଲେ ।

Leave a Reply

Your email address will not be published.