ପାର୍ବତୀପୁର କଲ୍ୟାଣମଣ୍ଡପ ଉଦଘାଟିତ

ଖଇରା, (ନାଗରାଜ ନ୍ୟୁଜ): ଖଇରା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧିନ ପାର୍ବତୀପୁର ଗ୍ରାମରେ ପଞ୍ଚାୟତ ଅନୁଦାନରେ ନିର୍ମାଣ ହୋଇଥିବା କଲ୍ୟାଣମଣ୍ଡପ ଉଦଘାଟିତ ହୋଇଯାଇଛି । ପ୍ରଥମେ କଲ୍ୟାଣମଣ୍ଡପରେ ପୂଜାର୍ଚ୍ଚନା କରାଯାଇଥିଲା । ପରେ ଖଇରା ବ୍ଲକ ଅଧ୍ୟକ୍ଷା ଅଭିଲିପ୍ସା ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କଲ୍ୟାଣମଣ୍ଡପର ଉଦଘାଟନ କରିଥିଲେ । ଏହି ଅବସରରେ ଶ୍ୟାମସୁନ୍ଦରପୁର ପଞ୍ଚାୟତର ସରପଞ୍ଚ ସୁଶାନ୍ତ ମହାକୁଡ଼ଙ୍କ ନେତୃତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା ।

ଏହି ସଭାରେ ମୁଖ୍ୟଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଅଭିଲିପ୍ସା ସାହୁ, ସମ୍ମାନୀତ ଅତିଥିଭାବେ ସମାଜସେବୀ ଅଭିମନ୍ୟୁ ରାଉଳ, ଅତିଥି ଭାବେ ଅଞ୍ଚଳର ବରିଷ୍ଠ ନାଗରିକ ବଂଶୀଧର ବାରିକ, ବସନ୍ତ ଦାସ ଓ ରମାକାନ୍ତ ପତି ପ୍ରମୁଖ ଉପସ୍ଥିତ ରହିଥିଲେ । ସେହିଭଳି ପଞ୍ଚାୟତ ସମ୍ମୁଖରେ ନିର୍ମାଣ ହୋଇଥିବା ତୋରଣର ଉଦଘାଟନ ହୋଇଥିଲା । ସଦାଶିବ ଆଚାର୍ୟ୍ୟ ପୂଜାର୍ଚ୍ଚନା କରିଥିବାବେଳେ ଅଞ୍ଚଳର ଜନସାଧାରଣମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published.