ପଟ୍ଟାମୁଣ୍ଡାଇ କେନାଲରେ ବିରାଟ ଘାଇ, ଚାଷୀ ମୁଣ୍ଡରେ ଚଡକ !

କଟକ,(ନାଗରାଜ ନ୍ୟୁଜ): କଟକ ଜିଲ୍ଲା ମାହାଙ୍ଗା ଦେଇ ଯାଇଥିବା ଜଗତପୁର ପଟ୍ଟାମୁଣ୍ଡାଇ କେନାଲ ର ତ୍ରିବେଣୀଶ୍ୱର ଠାରେ ୬୦ ଫୁଟ ରୁ ଉର୍ଦ୍ଧ୍ଵ ଘାଇ ସୃଷ୍ଟିହୋଇ ୫ ବଖରା ଦୋକାନ ଘର ଭାଙ୍ଗଯାଇଥିବା ସୂଚନା ମିଳିଛି l ପାଣି ସ୍ରୋତରେ ଭାଙ୍ଗି ଯାଇଥିବା ଦୋକାନ ଘର ଗୁଡିକ ନିକଟସ୍ଥ ବିରୂପା ନଦୀକୁ ଭାସି ଯାଇଛି। ତେବେ ଏ ଘାଇ ହେବା ଫଳରେ ଭେଡା କୁଆଁପାଳ ପୂର୍ତ୍ତ ସଡ଼କ ସମ୍ପୂର୍ଣ ଭାଙ୍ଗି ଯିବାରୁ ସାଲେପୁର ଓ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଅନେକ ଅଂଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଛି। ତୁରନ୍ତ ଜଳସମ୍ପଦ ବିଭାଗ ପକ୍ଷରୁ ଘାଇ ହୋଇଥିବା ସ୍ଥାନରେ ପାଣି ରୋକିବା ସହ ଏହାର ମରାମତି ପାଇଁ ପଦକ୍ଷେପ ନେବାକୁ ଦାବୀ ସାଧାରଣରେ ହୋଇଛି l ଅନ୍ୟ ପକ୍ଷରେ ଆବଶ୍ୟକ ପରିମାଣର ବର୍ଷା ଅଭାବରୁ ହଜାର ହଜାର ହେକ୍ଟର ଧାନ ଜମି ଶୁଖିଲା ପଡିଛି l ଯାହାଫଳରେ ଏହି ପଟ୍ଟାମୁଣ୍ଡାଇ କେନାଲ ଉପରେ ନିର୍ଭରଶୀଳ ଚାଷୀ ମୁଣ୍ଡରେ ଚଡକ ପଡିଛି l କେଉଁ ପରିସ୍ଥିତିରେ ଏଭଳି ଅଭାବନୀୟ ଘଟଣା ଘଟିଲା ଏବଂ ଏହି ବନ୍ଧ ଭାଙ୍ଗିବା ମନୁଷ୍ୟ କୃତ୍ୟ ନାଁ’ଏହା ପଛରେ ଅନ୍ୟ କୌଣସି କାରଣ ଥାଇପାରେ, ଏହାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ସାଧାରଣରେ ଦାବୀ ହୋଇଛି l

Leave a Reply

Your email address will not be published.