ଟ୍ରାଫିକ ସମସ୍ୟା ଯୋଗୁ ଲୋକେ ଅସନ୍ତୋଷ

ରାଉକେଲା, (ନାଗରାଜ ନ୍ୟୁଜ ): ଲୋକେ ଭୋଗୁଛନ୍ତି ଟ୍ରାଫିକ ଯନ୍ତ୍ରଣା । ରାଉରକେଲାର ସହର ଉଦିତ ନଗର ନିକଟ ଆମ୍ବେ ଦକର ଛକ ହୋଇ ପଡ଼ିଛି ବିପଦପୂର୍ଣ୍ଣ । ରାତି ପାହିବା ଠାରୁ ସଞ୍ଜ ହେବା ଯାଏଁ ଟ୍ରାଫିକ ସମସ୍ୟାରେ ଘାଣ୍ଟି ହେଉଛନ୍ତି ସହରବାସୀ । ଦୁଇ ଓ ଚାରି ଚକିଆ ଯାନ ଯିବା ଆସିବା କରୁଥିବା ବେଳେ ଏହି ଛକରେ ଟ୍ରାଫିକ ପୁଲିସର ଦେଖା ମିଳି ନଥିଲା । ଫଳରେ ଆଜି ସକାଳ ସମୟରେ ଏହି ଛକରେ ଗୁରୁତର ରୂପ ଧାରଣ କରିଥିଲା ଟ୍ରାଫିକ ସମସ୍ୟା । ଏହାକୁ ନେଇ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ବାରମ୍ବାର ଏହି ଛକ ଟ୍ରାଫିକ ସମସ୍ୟାରେ ଉବୁଟୁବୁ ହେଉଥିବାବେଳେ ପ୍ରଶାସନର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗି ନାହିଁ ବୋଲି ବୁଦ୍ଧୀଜୀବୀ ମହଲରେ ଆଲୋଚନା ହେଉଛି ।

Leave a Reply

Your email address will not be published.