କମ୍ୟୁନିଷ୍ଟ ପାର୍ଟି ମାର୍କ୍ସବାଦୀ ଆଞ୍ଚଳିକ କମିଟିର ପ୍ରସ୍ତୁତି ବୈଠକ

ଖଇରା, (ନାଗରାଜ ନ୍ୟୁଜ): ଖଇରା ସିପିଆଇଏମ୍ ଆଞ୍ଚଳିକ କମିଟିର ଏକ ନିର୍ବାଚନୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକର ନିଷ୍ପତି ଅନୁଯାୟୀ ଖଇରା ବ୍ଲକର “୪ ନମ୍ବର ଜୋନ୍ ଖଇରା” ଓ “୫ ନମ୍ବର ଜୋନ୍ ତୁଡିଗଢିଆର” ଜିଲ୍ଲା ପରିଷଦ ପ୍ରାର୍ଥୀ ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି । ଏହାସହିତ ଖଇରା ବ୍ଲକର ୮ ଟି ଗ୍ରାମ ପଞ୍ଚାୟତରେ ପ୍ରାର୍ଥୀ ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି । ଯେଉଁ ସବୁ ପଞ୍ଚାୟତମାନଙ୍କରେ ପ୍ରାର୍ଥୀ ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି ସେ ସବୁ ପଞ୍ଚାୟତ ହେଲା ଶ୍ୟାମସୁନ୍ଦରପୁର, ଗୋବିନ୍ଦପୁର, ମହତିପୁର, ସୁଣ୍ଢିରା, ସାରୁ ଗାଁ, ନୟାଖଣ୍ଡି, ପଳସା ଓ ନହଙ୍ଗ ପଞ୍ଚାୟତ । ଏହାସହିତ ଅନ୍ୟାନ୍ୟ ବାମ ଗଣତାନ୍ତ୍ରିକ ଧର୍ମ ନିରପେକ୍ଷ ସଂଗଠନମାନଙ୍କ ସହିତ ମିଳିତ ଭାବରେ ଅନ୍ୟ ନିର୍ବାଚନ ମଣ୍ଡଳୀମାନଙ୍କରେ ଆଗାମୀ ପଞ୍ଚାୟତ ନିର୍ବାଚନ ଲଢ଼ିବା ପାଇଁ ନିଷ୍ପତ୍ତି ନିଆଯାଇଅଛି । ବୈଠକରେ ସଭାପତିତ୍ୱ କରିଥିଲେ ସାଥି ପ୍ରଶାନ୍ତ କୁମାର ବାରିକ ଏବଂ କାର୍ୟ୍ୟକ୍ରମରେ ସାଥି ସୁଲୋଚନା ଦେବି, ଜଗଦାନନ୍ଦ ମହାପାତ୍ର, ଭାରତ ଚନ୍ଦ୍ର ପଣ୍ଡା, ସନ୍ତୋଷ କୁମାର ସାହୁ, ଭଗବାନ ଦାସ, ବସନ୍ତ ମାଝୀ, ମୁରଲୀଧର ବେହେରା, ଉତ୍ତମ କୁମାର ଦାସ, ଉପେନ୍ଦ୍ର ଦାସ, ଅଭିରାମ ବେହେରା ଓ ବିଜୟ କୁମାର ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply

Your email address will not be published.