ବାରଙ୍ଗରେ ବିଦ୍ୟୁତ ଉପଭୋକ୍ତା ମିଳିତ ମଞ୍ଚ ପକ୍ଷରୁ ବିକ୍ଷୋଭ

ବାରଙ୍ଗ, (ନାଗରାଜ ନ୍ୟୁଜ): ବିଦ୍ୟୁତକୁ ବଜାରର ପଣ୍ୟ ନୁହେଁ, ସେବା ଭାବେ ବିବେଚନା କରିବା ପ୍ରଭୃତି ଦାବିରେ ବାରଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ଦେଖିବାକୁ ମିଳିଛି । ଓଡିଶା ବିଦ୍ୟୁତ ଉପଭୋକ୍ତା ମିଳିତ ମଞ୍ଚ ପକ୍ଷରୁ ବିଭିନ୍ନ ଦାବି ନେଇ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୯ ଦଫା ସମ୍ବଳିତ ସ୍ମାରକପତ୍ର ଟାଟା ପାୱାର କମ୍ପାନୀ ଲିଃ ର ବାରଙ୍ଗ ଏସଡିଓଙ୍କୁ ପ୍ରଦାନ କରାଯାଇଥିଲା । ପ୍ରତିବାଦ ସଭାରେ ଓଡିଶା ବିଦ୍ୟୁତ ଉପଭୋକ୍ତା ମିଳିତ ମଞ୍ଚର କଟକ ଜିଲ୍ଲା ଆବାହକ ରାଜକିଶୋର ମଲ୍ଲିକ, ସିଦ୍ଧାର୍ଥ ରଥ, ଏକଲବ୍ୟ ନାୟକ, ଟିକା ସାମଲ, ଅଭିରାମ ବେହେରା, ଭାଗ୍ୟଶ୍ରୀ ପ୍ରଧାନ, ରାଜେଶ ରାଉତ, ବ୍ରହ୍ମାନନ୍ଦ ପାଇଟାଲ, ମମତା ମହାପାତ୍ର ଓ ନମିତା ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published.