୩ଟି କୃଷି ଆଇନ ଉଚ୍ଛେଦ ଉପରେ କେନ୍ଦ୍ର କ୍ୟାବିନେଟର ମୋହର

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ ): ୩ଟି ବିବାଦୀୟ କୃଷି ଆଇନ ଉଚ୍ଛେଦ କରିବା ନେଇ ସରକାର ପ୍ରଥମ ପଦକ୍ଷେପ ନେଇଛନ୍ତି । ବୁଧବାର ଦିନ କେନ୍ଦ୍ର ନିଷ୍ପତ୍ତି ଉପରେ ମୋହର ମାରିଲା କ୍ୟାବିନେଟ । କ୍ୟାବିନେଟରେ ମଞ୍ଜୁରୀ ମିଳିବା ପରେ ଏହି ବିଲକୁ ସଂସଦରେ ଉପସ୍ଥାପନ କରାଯିବ । ଏହି ବିଲକୁ ଡିସେମ୍ବର ୨୯ ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ଶୀତକାଳିନ ଅଧିବେଶନରେ ଉପସ୍ଥାପନ କରାଯିବ ବୋଲି ଅନୁମାନ କରାଯାଉଛି । ମିଳିଥିବା ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୩ଟି କୃଷି ଆଇନ ପ୍ରତ୍ୟାହାର ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ସୁପାରିଶ କ୍ରମେ ଆଇନ ରଦ୍ଦ କରିବାକୁ ବିଲ ପ୍ରସ୍ତୁତ କରାଯାଉଛି ।

ତେବେ କୃଷି ଆଇନ ପ୍ରତ୍ୟାହାର ନେଇ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ସତ୍ତ୍ୱେ ଚାଷୀମାନେ ଆନ୍ଦୋଳନ ଶେଷ କରିବାକୁ ପ୍ରସ୍ତୁତ ନୁହଁନ୍ତି । ଲକ୍ଷ୍ନୌରେ ଆୟୋଜିତ କିସାନ ମହାପଞ୍ଚାୟତରେ କୃଷକମାନେ କହିଛନ୍ତିଯେ, ୩ଟି କୃଷି ଆଇନ ପ୍ରତ୍ୟାହାର କରିବା ପର୍ଯ୍ୟାପ୍ତ ନୁହେଁ, ଏମଏସପି ଗ୍ୟାରେଣ୍ଟି ଆଇନ ପ୍ରଣୟନ ନହେବା ପର୍ଯ୍ୟନ୍ତ ଏବଂ ପୂର୍ବରୁ ପ୍ରସ୍ତୁତ କୃଷକ ବିରୋଧୀ ବିଲ ରବ୍ଦ ନହେବା ପର୍ୟ୍ୟନ୍ତ ସେମାନଙ୍କ ଆନ୍ଦୋଳନ ଜାରି ରହିବ ।

Leave a Reply

Your email address will not be published.