ନୀଳାଦ୍ରି ଆଧ୍ୟାତ୍ମିକ ଟ୍ରଷ୍ଟ ପକ୍ଷରୁ ରାଜରାଜେଶ୍ୱରୀ ଶ୍ରୀ ବିମଳା ରହସ୍ୟ’ ର ଲୋକାର୍ପଣ

ପୁରୀ, (ନାଗରାଜ ନ୍ୟୁଜ): ଓଡ଼ିଶାର ବିଶିଷ୍ଟ ଜଗନ୍ନାଥ ଚେତନା ଭିତ୍ତିକ ସଂଗଠନ ନୀଳାଦ୍ରି ଆଧ୍ୟାତ୍ମିକ ଟ୍ରଷ୍ଟ ପକ୍ଷରୁ ପ୍ରକାଶିତ “ରାଜରାଜେଶ୍ୱରୀ ଶ୍ରୀ ବିମଳା ରହସ୍ୟ’ ର ଲୋକାର୍ପଣ ଉର୍ଷବ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଶ୍ରୀଜଗନ୍ନାଥ ମନ୍ଦିରର ସିଂହଦ୍ଵାର ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ପ୍ରାବନ୍ଧିକ ପୁରନେନ୍ଦୁ କୁମାର ନନ୍ଦ ଙ୍କ ଦ୍ବାରା ରଚିତ ଶ୍ରୀବିମଳା ଙ୍କ ସମ୍ବନ୍ଧରେ ତଥ୍ୟ ଭିତିକ ଗ୍ରନ୍ଥ ଟିର ପ୍ରଥମ ଥର ପାଇଁ ଲୋକଲୋଚନକୁ ଅଣାଯାଇଛି। ବହୁ ବିଦ୍ୱାନ ଐତିହାସିକ ଗବେଷକ ମାନଙ୍କ ପ୍ରଦତ୍ତ ତଥ୍ୟ ସ୍ରୋତ ଧ୍ୟାନ ଓ ବିମଳା ମନ୍ଦିର ର ପ୍ରାଚୀନତା ସ୍ଥାପତ୍ୟକଳା ମୁର୍ତିତତ୍ୱ ଷୋଡଶ ଦିନାତ୍ମକ ପୂଜା ଓ ଅନ୍ୟାନ୍ୟ ବିଷୟରେ ଗ୍ରନ୍ଥଟିରେ ଅତ୍ମୀମତ ପ୍ରକାଶ କରିଛନ୍ତି। ଏହି ଲୋକାର୍ପଣ ଉର୍ଷବ ରେ ଟ୍ରଷ୍ଟର ସଭାପତି ବରିଷ୍ଠ ଦଇତାପତି ରାମଚନ୍ଦ୍ର ଦାସମହାପାତ୍ର, ସଚିବ ଡକ୍ଟର ଭାସ୍କର ମିଶ୍ର , ଶ୍ରୀମନ୍ଦିର ବଡୁ ସୁଆର ନିଯୋଗର ସଭାପତି ବିଶ୍ୱନାଥ ସାମନ୍ତରାୟ, ସମ୍ପାଦକ କୃଷ୍ଣଚନ୍ଦ୍ର ରଥ, ଆଡଭୋକେଟ, କବି,  ସମ୍ଭବ ଟାଇମ୍ସ ନିଉଜ ର ମୁଖ୍ୟ ପରାମର୍ଶ ଦାତା ପୂର୍ଣ୍ଣଚନ୍ଦ୍ର ଦାଶ, କବି ଓ ସମାଜସେବୀ ଶ୍ୟାମ ପ୍ରକାଶ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published.