କୁକୁର ମୁହଁରୁ ଜୀବନ୍ତ ଖୁରିଙ୍ଗ ଉଦ୍ଧାର


ଢେଙ୍କାନଳ: ଢେଙ୍କାନାଳ ଜିଲ୍ଲା ଷଡ଼ଙ୍ଗୀ ବନବିଭାଗ ଅଧିନସ୍ତ ବେଗା ଗ୍ରାମରେ ଆଜି ସକାଳ ପ୍ରାୟ ୮ଘଟିକା ସମୟରେ ବେଗା ସଂରକ୍ଷିତ ଜଙ୍ଗଲରୁ ଏକ ଖୁରିଙ୍ଗ ଗାଁ ଭିତରକୁ ପଶିଆଶିଥିଲା । ହେଲେ ଦୁର୍ଭାଗ୍ୟ ବଶତଃ ଏହି ଖୁରିଙ୍ଗଟି ବୁଲା କୁକୁର ମାନଙ୍କ ହାବୁଡ଼ରେ ପଡିଯାଇଥିଲା |କୁକୁର ମାନଙ୍କର ଅତର୍କିତ ଆକ୍ରମଣରେ ଘାଇଲା ହେବା ପୂର୍ବରୁ ଗାଁର ଯୁବକ ମାନଙ୍କର ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ସୁରକ୍ଷିତ ଅବସ୍ଥାରେ ଖୁରିଙ୍ଗଟିକୁ ଉଦ୍ଧାର କରି ଷଡ଼ଙ୍ଗୀ ବନବିଭାଗକୁ ହସ୍ତାନ୍ତର କରିଥିଲେ । ବେଗା ଗ୍ରାମ ଯୁବକ ମାନଙ୍କର ଏପରି ପ୍ରୟାସକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସାର ସୁଅ ଛୁଟିଛି । ପୂର୍ବତନ ସରପଞ୍ଚ ପ୍ରଦୀପ ଦାସ ଏବଂ ଗ୍ରାମବାସୀଙ୍କ ସହଯୋଗରେ ବନବିଭାଗକୁ ହସ୍ତାନ୍ତର କରାଯାଇଥିବା ଖୁରିଙ୍ଗଟିକୁ ଷଡ଼ଙ୍ଗୀ ବନବିଭାଗ ଚିକିତ୍ସା କରାଇ ଖଂକିରା ଜଙ୍ଗଲେ ଛାଡି ଦେଇଥିବାର ସୂଚନା ମିଳିଛି ।

ଢେଙ୍କାନାଳରୁ ସୌମ୍ୟ ମହାନ୍ତିଙ୍କ ରିପୋର୍ଟ ନାଗାରାଜ ନ୍ୟୁଜ

Leave a Reply

Your email address will not be published.