ସୁନ୍ଦରଗଡ଼ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ

ସୁନ୍ଦରଗଡ଼, (ନାଗରାଜ ନ୍ୟୁଜ): ଆଜି ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ବ୍ଳକରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେଉଛି । ସକାଳୁ ସକାଳୁ ଲମ୍ବା ଧାଡିରେ ଭୋଟଦେବା ପାଇଁ ଭୋଟର ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି । ୧୬ଗୋଟି ପଞ୍ଚାୟତ ଥିବା ଏହି ବ୍ଳକରେ୨୦୦ଟି ୱାର୍ଡ ରହିଛି । ଭୋଟରଙ୍କ ମତ ପରଖିବାକୁ ଆମ ପ୍ରତିନିଧି ସକାଳୁ ସକାଳୁ ଭୋଟରଙ୍କ ପାଖରେ ପହଁଚିଥିଲେ । ସେମାନେ ବହୁଖୁସିରେ ସେମାନଙ୍କ ମନପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେବେ ଯିଏ ସେମାନଙ୍କ ଦୁଃଖ ସୁଖର ସାଥି ହେବେ ବୋଲି କହିଥିଲେ ।

Leave a Reply

Your email address will not be published.