ଟି-୨୦ ମୁକାବିଲା, ଶୃଙ୍ଖଳା ଜିତିବା ଲକ୍ଷ୍ୟରେ ଭାରତ

କୋଲକାତା, (ନାଗରାଜ ନ୍ୟୁଜ): କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍‌ରେ ବୁଧବାର ଖେଳାଯାଇଥିବା ଟି-୨୦ ମୁକାବିଲାରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତ ୬ ୱିକେଟ୍‌ରେ ଜିତିବା ପରେ ଏବେ ଶୃଙ୍ଖଳା ଜିତିବା ଲକ୍ଷ୍ୟ ରଖିବ । ଆଜି ସନ୍ଧ୍ୟା ୭ଟାରେ ୨ୟ ଟି-୨୦ ମ୍ୟାଚ ଖେଳାଯିବ । ଅତିଥି ଟିମ୍ ଉପରେ ବିଜୟ ପାଇଁ ଘରୋଇ ଦଳ ରଣନୀତି ପ୍ରସ୍ତୁତ କରିଛି । ଏହି ମ୍ୟାଚ ଜିତିଲେ ଭାରତ ୨-୦ରେ ଅଗ୍ରଣୀ ଲାଭ କରିବ । ଅନ୍ୟପଟରେ ୱେଷ୍ଟଇଣ୍ଡିଜ ଆଜିର ମ୍ୟାଚ ଜିତିବା ପାଇଁ ଶତପ୍ରତିଶତ ଉଦ୍ୟମ କରିବ । ଭାରତ-ୱେଷ୍ଟଇଣ୍ଡିଜ ଅନ୍ତିମ ତଥା ୩ୟ ଟି-୨୦ ଆସନ୍ତା ୨୦ ତାରିଖରେ ଖେଳାଯିବ ।

ପ୍ରଥମ ମୁକାବିଲାରେ ଭାରତୀୟ ଖେଳାଳିମାନେ ଉଭୟ ବୋଲିଂ ବ୍ୟାଟିଂରେ ଭଲ ପ୍ରଦର୍ଶନ କରିଥିଲେ । ଟିମ୍ ଇଣ୍ଡିଆର ଯୁବ ବ୍ୟାଟ୍ସମ୍ୟାନ୍ ଭେଙ୍କଟେଶ ଆୟର ଛକା ମାରି ଦଳକୁ ଜିତାଇଥିଲେ । ନିଜର ପଦାର୍ପଣରେ ରବି ବିଶ୍ନୋୟୀଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ ପୁରସ୍କାର ମିଳିଥିଲା । ରବି ନିଜର ୪ ଓଭରରେ ୧୭ ରନ୍ ଦେଇ ୨ଟି ୱିକେଟ୍ ନେଇଥିଲେ । ଟସ୍ ଜିଣି ଭାରତ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ୱେଷ୍ଟଇଣ୍ଡିଜ ବ୍ୟାଟିଂ କରିଥିଲା । ଅତିଥି ଦଳ ୧୫୭ ରନ୍ କରିଥିଲେ । ଫଳରେ ଭାରରକୁ ୧୫୮ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା ।  ରୋହିତ ଶର୍ମା ୧୯ଟି ବଲ୍ ଖେଳି ୪୦ ରନ୍ ସଂଗ୍ରହ କରିଥିଲେ । ଈଶାନ କିଶନ ୪୨ଟି ବଲ୍ ଖେଳି ୩୫ ରନ୍ ଯୋଡ଼ିଥିଲେ ।

Leave a Reply

Your email address will not be published.