ରଜତ ଜୟନ୍ତୀ ଓ ଜାତୀୟ ତେଲୁଗୁ ସାଂସ୍କୃତିକ ଉତ୍ସବ

କଟକ,(ନାଗରାଜ ନ୍ୟୁଜ): ତେଲୁଗୁ ସମ୍ପ୍ରଦାୟର ଐକତା ଏକ ସାମାଜିକ ସାଂସ୍କୃତିକ ଓ ସ୍ବେଛସେବୀ ସଂଗଠନ 1997 ମସିହାରେ ଏହି ସଙ୍ଗଠନ ଟି ପ୍ରତିଷ୍ଠିତ ହୋଇ ଦୀର୍ଘ 25 ବର୍ଷ ରୁ ଉର୍ଦ୍ଧ୍ବ ବିଭିନ୍ନ ପ୍ରକାର ସମାଜ ସେବା କରି ଆସୁଛି। ରକ୍ତ ଦାନ ଶିବିର,ମାଗଣା ସ୍ବାସ୍ଥ୍ୟ ଶିବିର, ଚକ୍ଷୁ ଚିକିତ୍ସା ଶିବିର ବନ୍ୟା ବାତ୍ୟା ମରୁଡି ସମୟରେ ଲୋକ ମାନଙ୍କ ସେବା କରୁଛି। ଏଥି ସହିତ ବସ୍ତି ଅଞ୍ଚଳରେ ଥିବା ଗରିବ ଲୋକ ମାନଙ୍କୁ ମାଗଣାରେ ଔଷଧ ସହିତ ଏକ ସ୍ବାସ୍ଥ୍ୟ କେନ୍ଦ୍ର ଖୋଲା ଯାଇ ପ୍ରତିଦିନ ମାଗଣାରେ ଔଷଧ ବିତରଣ ଓ ଚିକିତ୍ସା କରାଯାଉଛି। ଏକ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର ଖୋଲା ଯାଇ ମାଗଣାରେ ଶିକ୍ଷା ଦିଆ ଯାଇଛି। ସଙ୍ଗଠନ ପକ୍ଷରୁ। ଆସନ୍ତା ମାର୍ଚ୍ଚ 25 ଓ 26 ଦୁଇ ଦିନ ବ୍ୟାପୀ ଐକାତା ର ରଜତ ଜୟନ୍ତୀ ଓ ଜାତୀୟ ତେଲୁଗୁ ସାଂସ୍କୃତିକ ଉତ୍ସବ ପାଳନ କରାଯିବ। ଏହି ସାଂସ୍କୃତିକ ଉତ୍ସବ ରେ ପଶ୍ଚିମବଙ୍ଗ,କେରଳ ସମେତ ଅନ୍ୟାନ୍ୟ ରାଜ୍ୟ ଏବଂ ସ୍ଥାନୀୟ କଳାକାର ମାନେ ନୃତ୍ୟ ସଙ୍ଗୀତ ପରିବେଷଣ କରିବେ। ଆସନ୍ତା 25 ତାରିଖ ଦିନ ଅପରାହ୍ନରେ ସହିଦ ଭବନ ଠାରେ ମହାମହିମ ରାଜ୍ୟପାଳ ପ୍ରଫେସର ଗନେଶି ଲାଲ ରଜତ ଜୟନ୍ତୀ ଓ ଜାତୀୟ ତେଲୁଗୁ ସାଂସ୍କୃତିକ ଉତ୍ସବ କୁ ଉଦ୍ଘାଟନ କରିବେ। ଜଷ୍ଟିସ ଏ ଏସ ନାଇଡୁ ସାଂସଦ ଭାତୃହରୀ ମହତାବ, ମେୟର ସୁବାସ ସିଂହ,ବିଧାୟକ ମହମ୍ମଦ ମୋକିମ ଏହି କାର୍ଯ୍ୟ କ୍ରମରେ ଯୋଗ ଦେବାପାଇଁ କାର୍ଯ୍ୟ କ୍ରମ ରହିଛି। ସେହି ଭଳି ଆୟକର ବିଭାଗର ମୁଖ୍ୟ କମିଶନର ଆର ଭି କ୍ରିଷ୍ଣା ଏବଂ ଓଡ଼ିଶା ସରକାରଙ୍କର କ୍ରୀଡା ଓ ଯୁବ ବ୍ୟାପାର ସଚିବ ଡ. ଡି ରାମାରାଓ ହାଇଟେକ୍ ର ଅଧକ୍ଷ ତିରୁପତି ପାଣିଗ୍ରାହୀ କୋଶଳ ଆନ୍ଧ୍ର ସସ୍କୃତିକ ସଂଘର ସଭାପତି ଡି ମୁରଲୀ କ୍ରିଶ୍ନାନ ଏବଂ ଆର୍ ସୁଦର୍ ରାଓ ଓ ପି ଭି ବି ସି ପ୍ରସାଦ ଏହି କାର୍ଯ୍ୟ କ୍ରମରେ ଯୋଗ ଦେବାର ରହିଛି। ମାର୍ଚ୍ଚ 26 ତାରିଖ ରେ ବାଲିଯାତ୍ରା ପଡିଆ ଠାରେ ସାଂସ୍କୃତିକ କାର୍ଯ୍ୟ କ୍ରମ ଅନୁଷ୍ଠିତ ହେବ। ଦ୍ଵିତୀୟ ଦିବସରେ ନଗର। ଉନ୍ନୟନ ମନ୍ତ୍ରୀ ଉଷା ଦେବୀ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ,ସାଂସଦ ଅନୁଭବ ମହାନ୍ତି ଏବଂ କେତେକ ସାଂସଦ ଓ ବିଧାୟକ ମାନେ ଯୋଗ ଦେବାର ରହିଛି। ଏହା ବ୍ୟତୀତ ଇଷ୍ଟ କୋଷ୍ଟ ରେଲୱେ ର ଡି ଆଇ ଜି ଶ୍ରୀ ପି ଭି ଏସ ସାନ୍ତା ରାମ ଅତିଥି ଭାବରେ ଯୋଗ ଦେବେ। ଆଜି ସର୍କିଟୀ ହାଉସ ଠାରେ ଐକତା ପକ୍ଷରୁ ସଭାପତି କେ ଦୁର୍ଗା ପ୍ରସାଦ ସମ୍ପାଦକ କେ ରାମା ରାଓ, ଜି ସୂର୍ଯ୍ୟ ରାଓ, ଶ୍ରୀନିବାସ ରାଓ ପ୍ରମୁଖ କର୍ମ କର୍ତ୍ତା ମାନେ ଏକ ସାମ୍ବାଦିକ ସମ୍ମିଳନୀରେ କାର୍ଯ୍ୟ କ୍ରମ ସମ୍ପର୍କରେ ସୂଚନା ଦେଇଥିଲେ।

Leave a Reply

Your email address will not be published.