ଆଜି ରାଜ୍ୟ ଓକିଲ ସଂଘ କର୍ମକର୍ତ୍ତା ନିର୍ବାଚନ

କଟକ, (ନାଗରାଜ ନ୍ୟୁଜ): ଆଜି ରାଜ୍ୟ ଓକିଲ ସଂଘ କର୍ମକର୍ତ୍ତା ନିର୍ବାଚନ । ରାଜ୍ୟର 153ଟି ବାରରେ ନିର୍ବାଚନ ହେଉଛି । ନିର୍ବାଚନରେ 33 ହଜାରରୁ ଅଧିକ ଆଇନଜୀବୀ ସାମିଲ ହୋଇଛନ୍ତି । ସକାଳ 8ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ଅପରାହ୍ନ 3ଟା ଯାଏଁ ମତଦାନ ପ୍ରକ୍ରିୟା ଚାଲିବ । 2023-24 ପାଇଁ ଓଡିଶା ହାଇକୋର୍ଟ ବାର ଆସୋସିଏସରେ ମୋଟ ସଦସ୍ୟ ସଂଖ୍ୟା ୪,୨୯୭ ରହିଛି । ହାଇକୋର୍ଟ ବାର ଆସୋସିଏସନର ସଭାପତି, ସମ୍ପାଦକ ଏବଂ ୯ ଗୋଟି ଏକଜ୍ୟୁକେଟିଭ କମିଟି ସଦସ୍ୟ ପଦ ସମେତ ମୋଟ ୧୫ଟି ପଦ ପାଇଁ ନିର୍ବାଚନ ହେଉଛି । ଏଥର ନିର୍ବାଚନ ମଇଦାନରେ ମୋଟ 37 ଜଣ ପ୍ରାର୍ଥୀ ରହିଛନ୍ତି । ଭୋଗ ଗ୍ରହଣର ଏକ ଘଣ୍ଟା ପରେ ଗଣତି ପ୍ରକ୍ରିୟା ଆରମ୍ଭ ହେବ ।
ହାଇକୋର୍ଟ ବାର ସଭାପତି ପାଇଁ ୪ ଜଣ ପ୍ରାର୍ଥୀ ରହିଥିବା ବେଳେ ଉପସଭାପତି ପାଇଁ ୩ ଜଣ ପ୍ରାର୍ଥୀ, ସମ୍ପାଦକ ପଦବୀ ପାଇଁ ୭ ପ୍ରାର୍ଥୀ, ଯୁଗ୍ମ ସମ୍ପାଦକ ପଦବୀ ପାଇଁ ୩ ପ୍ରାର୍ଥୀ ଏବଂ ସହ ସମ୍ପାଦକ ପଦବୀ ପାଇଁ ୪ ପ୍ରାର୍ଥୀଙ୍କ ମଧ୍ୟରେ ଲଢେଇ ହୋଇଛି । ମୋଟ ୧୫ଟି ବିଭିନ୍ନ ପଦବୀ ପାଇଁ ୩୭ଜଣ ପ୍ରାର୍ଥୀଙ୍କ ମଧ୍ୟରେ ନିର୍ବାଚନ ହେଉଛି । ବାର ଆସୋସିଏସନର ୪,୨୯୭ ଜଣ ଭୋଟର ନିଜ ମତଦାନ ସାବ୍ୟସ୍ତ କରିବେ । ୩୭ଟି ବୁଥରେ ଭୋଟ ଗ୍ରହଣ ହେଉଛି । ସକାଳ ୮ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ଅପରାହ୍ନ ୩ଟା ଯାଏଁ ମତଦାନ ପ୍ରକ୍ରିୟା ଚାଲିବ।
ଭୋଟରମାନେ ନିଜ ନିଜର ପରିଚୟ ପତ୍ର ଦେଖାଇ ଏହି ନିର୍ବାଚନରେ ଅଂଶଗ୍ରହଣ କରିଛନ୍ତି । ଏଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶୃଙ୍ଖଳିତ ଭାବରେ ଯେପରି ମତଦାନ କରାଯିବ ସେନେଇ ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରଶାନ୍ତ ଜେନା ସୂଚନା ଦେଇଛନ୍ତି । ସେହିପରି ଭୋଟ ଗ୍ରହଣ ଶେଷ ହେବାର ପ୍ରାୟ ୧ ଘଣ୍ଟା ପରେ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହେବ । ଏକଜ୍ୟୁକେଟିଭ କମିଟି ସଦସ୍ୟ ପଦଗୁଡିକ ପାଇଁ ପରଦିନ ଭୋଟ ଗଣତି ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ପ୍ରଥମ ଥର ପାଇଁ ବୟସାଧିକ କାରଣରୁ ଭୋଟ ଦେବାକୁ ଆସିପାରୁନଥିବା ୯୦ ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କ ପାଇଁ ନିଜ ଘରେ ଭୋଟ ଦେବାର ବ୍ୟବସ୍ଥା କରାଯାଇଛି । ଏହି କ୍ରମରେ ହାଇକୋର୍ଟର ଜଣେ 103 ବର୍ଷ ବୟସ୍କ ବରିଷ୍ଠ ଆଇନଜୀବୀ ନିଜ ଘରେ ରହି ଭୋଟ ଦେଇଥିବା ସୂଚନା ମିଳିଛି । ଯାହାକି ସାରା ଭାରତରେ ପ୍ରଥମ ।

Leave a Reply

Your email address will not be published.