ଗଳ୍ପ ଓ ପ୍ରବନ୍ଧକୁ ନେଇ ଚାଲିଛି ରାଜ୍ୟ ସ୍ତରୀୟ ଅନଲାଇନ୍ ପ୍ରତିଯୋଗିତା, ସମୀକ୍ଷାରେ ୩ ଜିଲ୍ଲା

ବାଲେଶ୍ୱର,(ନାଗରାଜ ନ୍ୟୁଜ): ମୋ ଅନୁଷ୍ଠାନ ସାହିତ୍ୟ ସଂସଦ, ଆଳଦା, ଖଇରା, ବାଲେଶ୍ଵର ହ୍ଵାଟ୍ସଆପ୍ ଗୃପରେ କ୍ଷୁଦ୍ରଗଳ୍ପ ଓ ପ୍ରବନ୍ଧକୁ ନେଇ ରାଜ୍ୟ ସ୍ତରୀୟ ଅନଲାଇନ୍ ପ୍ରତିଯୋଗିତା ଚାଲିଛି । ଏହା ଗତ ତା ୧୧/୯/୨୨ରିଖରୁ ଆରମ୍ଭ ହୋଇଛି । ଚଳିତ ବର୍ଷ ନଭେମ୍ବର ମାସ ଶେଷ ରବିବାର ପର୍ଯ୍ୟନ୍ତ ଚାଲିବ । ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରେ ବସବାସ କରୁଥିବା ସାହିତ୍ୟ ବନ୍ଧୁମାନେ ମଧ୍ୟ ଭାଗ ନେଉଛନ୍ତି । ବର୍ତ୍ତମାନ ସୁଧା ୩ଗୋଟି ପର୍ଯ୍ଯାୟ ଶେଷ ହୋଇଛି । ଆସନ୍ତା ତା ୦୯/୧୦/୨୨ ରିଖରେ ୪ର୍ଥ ପର୍ଯ୍ୟାୟ । ଯେହେତୁ ଗଦ୍ୟ ସାହିତ୍ୟର ଉନ୍ନତି ପାଇଁ ଏ ଅନୁଷ୍ଠାନ ଗଢା, ତେଣୁ ସାହିତ୍ୟର ଉନ୍ନତି ନିମନ୍ତେ ସମସ୍ତ ଇଚ୍ଛୁକ ସାହିତ୍ୟ ବନ୍ଧୁ ମାନଙ୍କୁ ଏଥିରେ ଅଂଶ ଗ୍ରହଣ କରିବା ପାଇଁ ଅନୁଷ୍ଠାନର ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ନିବେଦନ କରିଛନ୍ତି । ଆସୁଥିବା ଲେଖା ଗୁଡିକୁ ସବୁଦିଗରୁ ଟିକିନିଖି ପରିକ୍ଷଣ କରାଯିବ । ଯେଉଁ ଗୁଡିକ ପ୍ରକାଶ ଉପଯୋଗୀ ହେବ ସେଗୁଡିକୁ ବାର୍ଷିକ ମୁଖପତ୍ର ଏବଂ ତ୍ରୈମାସିକ ପତ୍ରିକାରେ ସ୍ଥାନ ଦେବା ନିମନ୍ତେ ଲକ୍ଷ୍ୟ ରଖାଯାଇଛି ।

ପ୍ରଥମ ପର୍ଯ୍ଯାୟ(୧୧୯/୨୨) ପ୍ରସଙ୍ଗ(ଗଳ୍ପ/ପ୍ରବନ୍ଧ)- ଜୀବନ ନୌକାର ନାଉରୀ କିଏ ? ଏଥିରେ ଭାଗ ନେଇଥିଲେ (୧) ଉର୍ମିଳା ମହାପାତ୍ର, ନବରଙ୍ଗପୁର, ଗଳ୍ପ (୨) ରଞ୍ଜଲତା ପାଢୀ, ସୁନ୍ଦରଗଡ଼, ଗଳ୍ପ (୩) ଛବିରାଣୀ ପତି, ଜଗତସିଂହପୁର, ପ୍ରବନ୍ଧ(୪) ଅନ୍ନପୂର୍ଣ୍ଣା ସାହୁ, ଖୋର୍ଦ୍ଧା, ପ୍ରବନ୍ଧ(୫) ରଶ୍ମିତା ଧଳ, କଟକ, ଗଳ୍ପ (୬) ସୁକାନ୍ତ ଖଣ୍ଡା, କେନ୍ଦୁଝର, ଗଳ୍ପ (୭) ସୁନନ୍ଦା ମହାନ୍ତି, ପୁରୀ, ଗଳ୍ପ (୮) ପ୍ରିୟମ୍ବଦା ରାଉତ, ମାଲକାନଗିରି, ପ୍ରବନ୍ଧ (୯) ସଂହିତା ଜେନା, ଜଗତସିଂହପୁର, ପ୍ରବନ୍ଧ(୧୦) ଗୀତାଞ୍ଜଳି ସ୍ବାଇଁ, ଖୋର୍ଦ୍ଧା, ଗଳ୍ପ (୧୧) ସୁସ୍ମିତା ମହାପାତ୍ର, ସୁନ୍ଦରଗଡ଼, ପ୍ରବନ୍ଧ (୧୨) ଧରିତ୍ରୀ ଦାସ, ଯାଜପୁର, ପ୍ରବନ୍ଧ (୧୩) ଯାଜ୍ଞସେନୀ ପଣ୍ଡା, କର୍ଣ୍ଣାଟକ, ପ୍ରବନ୍ଧ (୧୪) ଲୀଳାବତୀ ବେହେରା, ବରଗଡ଼, ପ୍ରବନ୍ଧ (୧୫) ପ୍ରତିମା ରାଜ, ନୂଆପଡ଼ା, ପ୍ରବନ୍ଧ (୧୬) ଅଶୋକ କୁମାର ନାୟକ, ନୟାଗଡ଼, ଗଳ୍ପ (୧୭) ସଂଯୁକ୍ତା ସାହୁ, ଜଗତସିଂହପୁର, ପ୍ରବନ୍ଧ ଓ (୧୮) ବିମଳିନୀ ଦାଶ, ଝାରସୁଗୁଡା, ଗଳ୍ପ । ଦ୍ବିତୀୟ ପର୍ଯ୍ଯାୟ(୧୮/୯/୨୨)ର ପ୍ରସଙ୍ଗ – ପୁଅ ପଚାରୁଛି ମା’କୁ ବାପା ମୁଁ ଡାକିବି କାହାକୁ ? ଏଥିରେ(୧) ସୁନନ୍ଦା ମହାନ୍ତି, ସାକ୍ଷୀଗୋପାଳ, ପୁରୀ (୨) ରଞ୍ଜଲତା ପାଢୀ, ରାଉରକେଲା, ସୁନ୍ଦରଗଡ (୩) ପ୍ରତିମା ରାଜ, ନୂଆପଡା (୪) ଜୟ କୁମାର ମିଶ୍ର, ବୁଦୁରା, ଗଜପତି (୫) ସୁକାନ୍ତ ଖଣ୍ଡା, ଘଟଗାଁ, କେନ୍ଦୁଝର (୬) ଅନ୍ନପୂର୍ଣ୍ଣା ସାହୁ, ଭୁବନପୁର, ଖୋର୍ଦ୍ଧା ।

ସେହିପରି ତୃତୀୟ ପର୍ଯ୍ୟାୟ(୨୫/୯/୨୨) ପ୍ରସଙ୍ଗ- ଶାରଦୀୟ ଦୁର୍ଗାପୂଜା । ଏଥିରେ (୧) ସୁନନ୍ଦା ମହାନ୍ତି, ସାକ୍ଷିଗୋପାଳ, ପୁରୀ (୨) ରଞ୍ଜଲତା ପାଢୀ, ରାଉରକେଲା, ସୁନ୍ଦରଗଡ (୩) ସୁକାନ୍ତ ଖଣ୍ଡା, କେନ୍ଦୁଝର (୪) ଅନ୍ନପୂର୍ଣ୍ଣା ସାହୁ, ଭୁବନପୁର, ଖୋର୍ଦ୍ଧା (୫) ସବିତା ଶତପଥୀ, ଭୁବନେଶ୍ୱର (୬) ସଂଯୁକ୍ତା ସାହୁ, ଜଗତସିଂହପୁର (୭) ପ୍ରିୟମ୍ବଦା ରାଉତ, ମାଲକାନଗିରି ପ୍ରମୁଖ ଆଗ୍ରହର ସହିତ ଅଂଶ ଗ୍ରହଣ କରିଥିଲେ । ସମସ୍ତ ଲେଖା ଗୁଡିକୁ ସମୀକ୍ଷା କରିବା ପାଇଁ ବାଲେଶ୍ଵର(ତାନଶ୍ରୀ ପାଣିଗ୍ରାହୀ), ଯାଜପୁର(ସରସ୍ୱତୀ ପଣ୍ଡା) ଓ କେନ୍ଦୁଝର(ମମତାମୟୀ ବିଶ୍ବକଲ୍ଯାଣୀ ରାଉତ)ଙ୍କୁ ଦାୟିତ୍ୱ ଦିଆଯାଇଛି । ପରବର୍ତ୍ତୀ ପର୍ଯ୍ଯାୟରେ କାହାକୁ ସମୀକ୍ଷା ଦାୟିତ୍ୱ ଦିଆଯିବ କିମ୍ବା କେହି ଯଦି ଦାୟିତ୍ୱ ନେବା ପାଇଁ ଆଗେଇ ଆସିବେ ସେମାନଙ୍କୁ ଅନୁଷ୍ଠାନ ସ୍ବାଗତ କରିବ ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.