ଦଶମ ଶ୍ରେଣୀ ସମେଟିଭ ୨ ପରୀକ୍ଷା ଆରମ୍ଭ

କଟକ, (ନାଗରାଜ ନ୍ୟୁଜ): ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ସମେଟିଭ 2 ପରୀକ୍ଷା ସାରା ରାଜ୍ୟ ରେ ଆଜି ଠାରୁ ଆରମ୍ଭ ହୋଇଛି। ପରୀକ୍ଷା ନିମନ୍ତେ ରାଜ୍ୟରେ 5 ଲକ୍ଷ 85ହଜାର 730 ଜଣ ଛାତ୍ର ଛାତ୍ରୀ 3540ଟି ପରୀକ୍ଷା କେନ୍ଦ୍ର ରେ ପରୀକ୍ଷା ଦେଉଛନ୍ତି। ସେଥି ମଧ୍ୟରୁ 3200ଟି ନିଜସ୍ଵ ପରୀକ୍ଷା କେନ୍ଦ୍ରରେ ଛାତ୍ର ଛାତ୍ରୀ ପରୀକ୍ଷା ଦେବେ। ପ୍ରଶ୍ନ ପତ୍ର ଗଚ୍ଛିତ ରଖିବା ପାଇଁ 315 ଟି ନୋଡାଲ ସେଣ୍ଟର୍ କରାଯାଇଛି ତା ମଧ୍ୟରୁ କନ୍ଧମାଳରେ 21 ଟି,କୋରାପୁଟ ରେ 5 ଟି, ମାଲକାନଗିରି ରେ 9ଟି ନୋଡାଲ ସେଣ୍ଟର ପୋଲିସ ଷ୍ଟେସନରେ କରାଯାଇଛି।ପରୀକ୍ଷା ରେ କପି ରୋକିବା ନିମନ୍ତେ ଚାରି ସ୍ତରୀୟ ସ୍କ୍ୱାର୍ଡ ବ୍ୟବସ୍ଥା କରାଯାଇଛି। ପରୀକ୍ଷା ସୁପରିଚାଳନା ନିମନ୍ତେ 65ଟି ଫ୍ଲାଇଙ୍ଗ ସ୍କ୍ୱାର୍ଡ ଏବଂ ବୋର୍ଡ ପକ୍ଷରୁ 38ଟି ସ୍କୁଆର୍ଡ ଗଠିତ ହୋଇଛି। ପରୀକ୍ଷା କେନ୍ଦ୍ରର ମାନଙ୍କରେ ସି ସି ଟିଭି ଲଗାଇବାର ବ୍ୟବସ୍ଥା ହୋଇଛି। ସରକାରଙ୍କର କୋଭିଡ ନିୟମ ଅନୁଯାୟୀ ପରୀକ୍ଷା ପରିଚାଳନା ନିମନ୍ତେ ସମସ୍ତ ବ୍ୟବସ୍ଥା କରାଯାଇଥିବା ନେହେରୁ ଉଚ୍ଚ ବିଦ୍ୟାପୀଠ ର ଡେପୁଟି ସୁପରିଟେଣ୍ଡେଣ୍ଟ ବିରେନ୍ଦ୍ର କୁମାର ନନ୍ଦ କହନ୍ତି କହିଛନ୍ତି  ତାପମାତ୍ରା ଅତ୍ୟଧିକ ବୃଦ୍ଧି ପାଉଥିବାରୁ ସେଣ୍ଟର୍ ମାନଙ୍କରେ ପର୍ଯ୍ୟାପ୍ତ ପରିମାଣରେ ପାନୀୟ ଜଳ ବ୍ୟବସ୍ଥା କରାଯାଇଛି ।ଆଜି ଠାରୁ ଆରମ୍ଭ ହୋଇଥିବା ଦଶମ ଶ୍ରେଣୀ SA II ପରୀକ୍ଷା ଆସନ୍ତା ମଇ ମାସ 10ରିଖରେ ଶେଷ ହେବ।

Leave a Reply

Your email address will not be published.