ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ଦଶମ ଶ୍ରେଣୀ ସମେଟିଭ-୧ ପରୀକ୍ଷା

କଟକ, (ନାଗରାଜ ନ୍ୟୁଜ): ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ଦଶମ ଶ୍ରେଣୀ ସମେଟିଭ-୧ ପରୀକ୍ଷା । ୫ ରୁ ୮ ତାରିଖ ପର୍ୟ୍ୟନ୍ତ ୪ ଦିନ ଧରି ପରୀକ୍ଷା ହେବାକୁ ଥିବା ବେଳେ ପ୍ରଥମ ତିନି ଦିନ ଥିଓରୀ ପରୀକ୍ଷା ଦୁଇଟି ସିଟିଂରେ ହେବ ଏବଂ ଶେଷ ଦିନ (୮ ତାରିଖ ଦିନ) କେବଳ ପ୍ରାଟିକାଲ ପରୀକ୍ଷା କରାଯିବ । ପରୀକ୍ଷା ପାଇଁ ୩୦୯୩ କେନ୍ଦ୍ର କରାଯାଇଥିବା ବେଳେ ୩୧୧ ନୋଡାଲ ସେଣ୍ଟରରେ ପ୍ରଶ୍ନ ପତ୍ର ପହଁଚି ଯାଇଛି । ସେଥିମଧ୍ୟରୁ ୨୨ ଟି ଥାନାରେ ରଖାଯାଇଛି ପ୍ରଶ୍ନପତ୍ର । ମୋଟ ୫ ଲକ୍ଷ ୭୬ ହଜାର ୨୨୩ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ସକାଳ ସାଢେ ୮ ଟା ବେଳେ ନୋଡାଲ ସେଣ୍ଟରରୁ ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ର ଗୁଡିକରେ ପହଞ୍ଚିବ । ବୁଧବାରଠୁ ମାଟ୍ରିକ ସମେଟିଭ ପରୀକ୍ଷା, ୩୦୯୩ଟି ସେଣ୍ଟରରେ ଦେବେ ୫ ଲକ୍ଷରୁ ଉର୍ଧ୍ଵ ଛାତ୍ରଛାତ୍ରୀ କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ପରୀକ୍ଷା କେନ୍ଦ୍ରକୁ ସାନିଟାଇଜ କରାଯାଇଛି ଏବଂ ପ୍ରତିଦିନ ମଧ୍ୟ ଏହା କରାଯିବ । ସାମାଜିକ ଦୂରତା ଓ ମାସ୍କ ପରିଧାନ ଉପରେ ଗୁରୁତ୍ୱ ଦିଆଯାଇଛି । ପ୍ରତିଟି ଶ୍ରେଣୀରେ ଅତି ବେଶୀରେ ୨୪ ଜଣ ପରୀକ୍ଷାର୍ଥୀ ବସି ପରୀକ୍ଷା ଦେବେ । କପି ରୋକିବା ପାଇଁ ମୋଟ ୭୨ ଟି ସ୍କ୍ୱାର୍ଡ ଗଠନ କରାଯାଇଥିବା ବେଳେ ୪୦ଟି ସେଣ୍ଟ୍ରାଲ ସ୍କ୍ୱାର୍ଡ ମଧ୍ୟ ଗଠନ କରାଯାଇଛି ।

ଏହା ବ୍ୟତୀତ ନିଜ ନିଜ ଜିଲ୍ଲାରେ ଏଥିପାଇଁ ସୁବନ୍ଦୋବଦସ୍ତ କରିବା ପାଇଁ ମଧ୍ୟ ଜିଲ୍ଲା ପ୍ରଶାସନ ଗୁଡିକକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ପରୀକ୍ଷା କେନ୍ଦ୍ରଗୁଡିକୁ ମୋବାଇଲ ମନା ହୋଇଛି । ପରୀକ୍ଷା କେନ୍ଦ୍ରର ସୁପରିଟେଣ୍ଡେଣ୍ଟମାନେ ମଧ୍ୟ ପରୀକ୍ଷା ହଲକୁ ଯିବା ପୂର୍ବରୁ ନିଜ ମୋବାଇଲକୁ ଲକରରେ ରଖି କରି ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବୋର୍ଡ଼ କର୍ତ୍ତୃପକ୍ଷ । ଏହି ସମ୍ମିଳନୀରେ ବୋର୍ଡର ସଭାପତି ରାମସିସ ହାଯାରା, ନିହାର ରଞ୍ଜନ ମହାନ୍ତି ଓ ସମ୍ପାଦକ ଶ୍ରୀକାନ୍ତ ତରାଇ ଉପସ୍ଥିତ ଥିଲେ ।

Leave a Reply

Your email address will not be published.