ସ୍ୱୟଂସହାୟକ ଗୋଷ୍ଟି ହାତରେ ଧାନ ମଣ୍ଡି

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ରାଜ୍ୟ ସରକାର ମହିଳା ସଶକ୍ତିକରଣ ଉପରେ ଜୋର ଦେଉଥିବା ବେଳେ ପ୍ରତ୍ୟେକ ଗ୍ରାମରେ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ମହିଳାମାନଙ୍କୁ ଆଗକୁ ବଢିବାର ସୁଯୋଗ ମଧ୍ୟ ଦିଆଯାଇଛି । ତେବେ ମହିଳାମାନଙ୍କୁ କମ ସୁଧ ହାରରେ ଋଣ ଯୋଗାଇ ଦେଉଥିବା ବେଳେ ଏବେ ଏକ ମହତପୂର୍ଣ୍ଣ ଦାଇତ୍ୱ ଦିଆଯାଇଛି । ସୂଚନା ଅନୁସାରେ ଧାନ ମଣ୍ଡି ଦାଇତ୍ୱରେ ରହିବେ ଏବେ ସ୍ୱୟଂ ସହାୟକ ଗୋଷ୍ଠୀ । ଚାଷୀ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଧାନ କିଣା ବିକାର ମାଧ୍ୟମ ହେବେ ସ୍ୱୟଂ ସହାୟକ ଗୋଷ୍ଟି ମାନେ । ତେବେ ଏହା ସେମାନଙ୍କ ପାଇଁ ପ୍ରଥମ ଥର ହୋଇଥିବାବେଳେ ଏହି କାର୍ୟ୍ୟକୁ ସେମାନେ ସୁଚାରୁରୂପେ କାର୍ଯ୍ୟକାରୀ କରିପାରିବେ ଏବଂ ଚାଷୀମାନଙ୍କୁ ଯଥା ସମ୍ଭବ ସାହାଯ୍ୟ ସହଯୋଗ କରିବେ ବୋଲି କହିଛନ୍ତି । ତେବେ ଆଗାମୀ ଦିନରେ ଏହା କେତେ ଫଳପ୍ରଦ ରହୁଛି ତାହା ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published.