ଦର୍ଶକଙ୍କ ମନ ମୋହୁଛନ୍ତି ଡ୍ୟାନ୍ସିଂ ଅମ୍ପାୟର ବବୁଲ

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ୍ ଦଶିପୁର ପଞ୍ଚାୟତ କୁସୁମୁଣ୍ଡିଆ ଗ୍ରାମର ବବୁଲ ସାହୁ । ଡ୍ୟାସିଂ ଅମ୍ପାୟାର ଭାବେ କ୍ରୀଡ଼ାପ୍ରେମୀଙ୍କ ମନ ଜିଣୁଛନ୍ତି । ଢେଙ୍କାନାଳ-ଅନୁଗୁଳ ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆୟୋଜିତ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ସେ ନିଆରା ଶୈଳୀରେ ଅମ୍ପାୟରିଂ କରି ପ୍ରସିଦ୍ଧ ହାସଲ କରିପାରିଛନ୍ତି । ଅନ୍ତର୍ଜାତିକ କ୍ରିକେଟ୍ ର ବିଲି ଓଡେନଙ୍କ ପରି କ୍ରିକେଟ ମ୍ୟାଚରେ ପ୍ରତି ବଲ ପରେ ସଂଗୀତର ତାଳେ ତାଳେ ନୃତ୍ୟକରି ଚୌକା, ଛକା ଓ ଆଉଟ ଆଦିର ସଙ୍କେତ ଦେବା ବେଳେ ନିଆରା ଢଙ୍ଗରେ ନୃତ୍ୟ ପରିବେଷଣ କରିଥାନ୍ତି । ପରଜଙ୍ଗ ମହାବିଦ୍ୟାଳୟରେ ଯୁକ୍ତ ତିନି ବିଜ୍ଞାନ ଶେଷ ବର୍ଷରେ ଅଧ୍ୟୟନ କରୁଥିବା ବବୁଲଙ୍କର ପରିବାରର ଆର୍ଥିକ ସ୍ଥିତି ସେତେଟା ସ୍ୱଚ୍ଛଳ ନୁହେଁ । ତେବେ ପାଠ ପଢାରୁ ପଛକୁ ହଟିନାହାଁନ୍ତି । ଏହି ଅମ୍ପାୟରିଂ କରି ଯାହା କିଛି ରୋଜଗାର କରନ୍ତି ସେଥିରୁ ସେ ନିଜର ପାଠପଢା ଖର୍ଚ୍ଚ ଉଠାଇଥାନ୍ତି ।

ତାଙ୍କର ସଙ୍ଗୀତ, କମେଡି ଓ କ୍ରିକେଟ ଖେଳ ପ୍ରତି ଅହେତୁକ ଦୁର୍ବଳତା ରହିଛି । ବବୁଲଙ୍କ ପିତା ଉଗ୍ରେସନ ସାହୁ ଜଣେ ଚାଷୀ ହୋଇଥିବା ବେଳେ ମା’ ବବିନ ସାହୁ ଜଣେ ଗୃହୀଣି । ପରଜଙ୍ଗ ବ୍ଳକ୍ ଡିହଡୋଳ ଠାରେ କ୍ରିକେଟ ଅମ୍ପାୟାରିଂ କରି କ୍ୟାରିୟର ଆରମ୍ଭ କରିଥିବା ବବୁଲ ବର୍ତ୍ତମାନ ସୁଦ୍ଧା ଶହେରୁ ଉର୍ଦ୍ଧ ମ୍ୟାଚରେ ଅମ୍ପାୟାରିଂ କରି ସାରିଲେଣି । କ୍ରିକେଟ ପ୍ରେମୀ କ୍ରିକେଟ ମ୍ୟାଚ୍ ଯେତିକି ଦେଖୁବାକୁ ଭଲପାଆନ୍ତି ତାଠାରୁ ବେଶି ଏହି ଯୁବ ଡ୍ୟାନ୍‌ସିଂ ଅମ୍ପାୟାର ବବୁଲଙ୍କ ନିଆରା ଡ୍ୟାନ୍ସ ଦେଖିବାକୁ ଭିଡ଼ ଜମାନ୍ତି ।

Leave a Reply

Your email address will not be published.