ଓଡ଼ିଶାବାସୀଙ୍କ ସୁରକ୍ଷା ପାଇଁ ପ୍ରଭୁ ଜଗନ୍ନାଥଙ୍କ ପାଖେ ପ୍ରାର୍ଥନା କଲେ ବିଜେପି ନେତା

ପୁରୀ, (ନାଗରାଜ ନ୍ୟୁଜ ): ମହାପ୍ରଭୁ ଜଗନାଥ ହେଉଛନ୍ତି ଓଡ଼ିଶାର ମୁରବି । ନବୀନ ବାବୁଙ୍କ ଶାସନରେ ବିଧାନସଭା ଚାଲିପାରିଲା ନାହିଁ କି, କୌଣସି ସମସ୍ୟାର ଆଲୋଚନା ହେଲା ନାହିଁ । ଦଳୀୟ କାର୍ୟ୍ୟକ୍ରମରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟର ବିଭିନ୍ନ ସ୍ଥାନକୁ ଗସ୍ତ କରୁଛନ୍ତି । ଅଥଚ ବିଧାନ ସଭାକୁ ଆସୁନାହାନ୍ତି । ତାହା ଆମେ ଜାଣିପାରିଲୁ ନାହିଁ, ତେଣୁ ଜଗନାଥଙ୍କ ପାଖରେ ଗୁହାରି କରୁଛୁ ଓଡ଼ିଶା ଲୋକଙ୍କୁ ସୁରକ୍ଷିତ ରଖନ୍ତୁ ବୋଲି ପ୍ରାର୍ଥନା କରିବାକୁ ସିଂହଦ୍ୱାର ଆସିଛୁ ବୋଲି କହିଛନ୍ତି ବିଧାନସଭା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠି ।

ବିରୋଧୀ ଦଳ ନେତାଙ୍କ ସହ ୧୪ ବିଜେପି ବିଧାୟକ ଛାମୁଆ ନେତା ପୁରୀ ଆସି ମହାପ୍ରଭୁ ଙ୍କ ଗୁହାରି କରିବା ଘଟଣା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ବସ୍ତୁ ପାଲଟିଛି । ଏହି ନେତାମାନେ ମନ୍ଦିର ସିଂହଦ୍ୱାରରେ ପହଞ୍ଚି ଅଧିଆ ପଡିଲେ । ଭଜନ ଗାନ କରିଥିଲେ । ଜୟ ଜଗନ୍ନାଥ ପ୍ରଭୁ ରକ୍ଷା କର ଆଦି ଧ୍ୱନିରେ ସିଂହଦ୍ୱାର ପ୍ରକମ୍ପିତ ହୋଇଥିଲା । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ବିଧାୟକ ଜୟ ନାରାୟଣ ମିଶ୍ର, ପୁରୀ ବିଧାୟକ ଜୟନ୍ତ ଷଢଙ୍ଗୀ, ମୁକେଶ ମହାଳିଙ୍ଗ, ନାଉରି ନାୟକ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ନିତ୍ୟାନନ୍ଦ ଗଣ୍ଡ, ଭାସ୍କର ମଢେଇ, ସନାତନ, ନବଚରଣ ମାଝୀ, ପ୍ରକାଶ ସୋରେନ ଓ ଗଣମାଧ୍ୟମ ସେଲ ମୁଖ୍ୟ ଦିଲୀପ ମାଲିକ ପ୍ରମୁଖ ସିଂହଦ୍ୱାର ଠାରେ ପ୍ରାର୍ଥନା କରିଥିଲେ ।

Leave a Reply

Your email address will not be published.