ଶୀତ ଆସର ଅନୁଷ୍ଠିତ

ଖଇରା, (ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ଖଇରା ସ୍ଥିତ ଖଇରା ସାହିତ୍ୟ ସଂସଦର ଶୀତ ଆସର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ କବିମାନେ ଯୋଗଦେଇଥିଲେ । ଶୀତ ଆସର ସମ୍ବନ୍ଧୀୟ ବହୁତ ସୁନ୍ଦର କବିତା ପାଠ କରିଥିଲେ କବିମାନେ । ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ଭରତ ଚନ୍ଦ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ସଂସଦର ସଭାପତି ମାୟାଧର ନାୟକ ସଭାପତିତ୍ୱ କରିଥିବାବେଳେ ଶେଷରେ ସମ୍ପାଦକ ଉମେଶ ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ସାମ୍ବାଦିକ ତଥା କବି ନରେନ୍ଦ୍ର ପ୍ରସାଦ ବେହେରା ସାହିତ୍ୟକୁ ଭଲ ପାଉଥିବା ଶଶିକାନ୍ତ ଦାସ, ଲୋଚନ ବେହେରା, କବି ବୁଧିରାମପାଣିଗ୍ରାହୀ, ଦେବେନ୍ଦ୍ର କୁମାର ରାଉତ, କ୍ଷେତ୍ରମୋହନ ସେନାପତି, ଗଦାଧର ବେହେରା, ରବୀନ୍ଦ୍ର ନାଥ ନାୟକ, ଅର୍ଜନ ଚରଣ ଶିଅଳ ଓ ସୁଦାମ ଚରଣ ରାଉତ ପ୍ରମୁଖ ଯୋଗଦେଇଥିଲେ ।

Leave a Reply

Your email address will not be published.