ନିଖୋଜ ଛାତ୍ରଙ୍କ ମୃତ ଦେହ ଉଦ୍ଧାର

କଟକ, (ନାଗରାଜ ନ୍ୟୁଜ ): ଭଦିମୂଳ ନିକଟ ମହାନଦୀରୁ ନିଖୋଜ ଛାତ୍ରଙ୍କ ମୃତ ଦେହ ଉଦ୍ଧାର । ସୂଚନା ଅନୁସାରେ ୪ଜଣ ଛାତ୍ର ନଦୀ କୂଳରେ ସାଇକେଲ ଥୋଇ ଗାଧୋଇବାକୁ ଯାଇଥିବାବେଳେ ନିଖୋଜ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଛାତ୍ରର ମୃତ ଦେହ ମିଳିଥିବା ବେଳେ ଆଜି ସ୍ଥାନୀୟ ଲୋକଙ୍କ ଖୋଜାଖୋଜି ପରେ ଅନ୍ୟ ୨ ଜଣ ଛାତ୍ରଙ୍କ ମୃତ ଦେହ ମିଳିଛି । ଆକାଶ ବାହାଲିଆ, ଚନ୍ଦନ ବେହେରା ଅନ୍ୟ ଏକ ନିଖୋଜ ଛାତ୍ରର ଖୋଜା ଚାଲିଛି । ବର୍ତ୍ତମାନ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛନ୍ତି । ସେମାନଙ୍କ ବୟସ ୧୨ ରୁ ୧୪ ବର୍ଷ ବୟସ ହେବ । ସେମାନେ ସମସ୍ତେ ପୋତାପୋଖରି ଏବଂ ବିନାୟକ ନଗର ଅଞ୍ଚଳର ଛାତ୍ର ବୋଲି ଜଣାପଡ଼ିଛି ।

Leave a Reply

Your email address will not be published.