ଆଜି ସୁପ୍ରିମକୋର୍ଟରେ ହେବ କୋଟିଆ ବିବାଦର ଗୁରୁତ୍ୱପୂର୍ଣ୍ଣ ଶୁଣାଣୀ

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ଆଜି ସୁପ୍ରିମକୋର୍ଟରେ କୋଟିଆ ଗ୍ରାମପୁଞ୍ଜ ବିବାଦ ମାମଲ‌ାରେ ଶୁଣାଣି ହେବ । ଓଡିଶା ଓ ଆନ୍ଧ୍ର ମଧ୍ୟରେ ଏହି ବିବାହ ଲାଗି ଆସିଛି । ଯେଉଁ ବିବାଦ ଏବେ ଯାଇ ସୁପ୍ରିମକୋର୍ଟରେ ପହଁଚିଛି । କୋଟିଆକୁ ନେଇ ଆନ୍ଧ୍ର ବିରୋଧରେ ଓଡ଼ିଶା କରିଥିବା ଅଦାଲତ ଅବମାନନା ମାମଲାର ସମାଧାନ ରାଜନୈତିକ ସ୍ତରରେ କରିବାକୁ ସୁପ୍ରିମକୋର୍ଟ ଦୁଇ ରାଜ୍ୟକୁ ପରାମର୍ଶ ଦେଇଥିଲେ । ଓଡ଼ିଶା ସରକାର ଏ ଦିଗରେ ତତ୍ପରତା ପ୍ରକାଶ କରିଥିଲେ । ଯାହା ଫଳରେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଛି। ବିଚାରପତି ଜଷ୍ଟିସ ଏଏମ ଖାନୱିଲକର ଏବଂ ବିଚାରପତି ସିଟି ରବିକୁମାରଙ୍କ ଖଣ୍ଡପୀଠ ଏହାର ଶୁଣାଣି କରିବେ ।

ମାମଲାର ଶୁଣାଣି ପୂର୍ବରୁ ଓଡ଼ିଶା ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଅତିରିକ୍ତ ଦସ୍ତାବିଜ୍‌ ଦାଖଲ କରାଯାଇଛି । ଓଡ଼ିଶା ପକ୍ଷରୁ ଦାଖଲ କରାଯାଇଥିବା ଏହି ଦସ୍ତାବିଜରେ ଚଳିତ ମାସ ୯ ତାରିଖରେ ଓଡ଼ିଶା ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବାର ଦ୍ୱିପାକ୍ଷିକ ଆଲୋଚନା ସ୍ଥାନ ପାଇଛି । ଦୁଇ ରାଜ୍ୟର ସ୍ୱାର୍ଥ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗରେ ଏକାଠି କାମ କରିବାକୁ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ସହମତି ପ୍ରକାଶ କରିଥିବା ଏଥିରେ ଉଲ୍ଲେଖ ରହିଛି । ଦସ୍ତାବିଜରେ ମଧ୍ୟ ଦୁଇ ମୁଖ୍ୟମନ୍ତ୍ରୀ ଜାରି କରିଥିବା ମିଳିତ ବିବୃତିକୁ ସଂଲଗ୍ନ କରାଯାଇଛି। ଓଡ଼ିଶା ସରକାରଙ୍କ ଦ୍ୱାରା ଦାଖଲ କରାଯାଇଥିବା ଅତିରିକ୍ତ ଦସ୍ତାବିଜକୁ ଭିତ୍ତି କରି ଆସନ୍ତାକାଲି ଖଣ୍ଡପୀଠ କେଉଁ ପ୍ରକାର ଆଭିମୁଖ୍ୟ ପୋଷଣ କରିବେ ତାହା ଶୁଣାଣି ସମୟରେ ସ୍ପଷ୍ଟ ହେବ ।

Leave a Reply

Your email address will not be published.