ଦେଶ ଚଳାଇବାକୁ ଇମରାନ ଖାନଙ୍କ ପାଖରେ ନାହିଁ ଟଙ୍କା, ବିନାଶ ଦିଗକୁ ଯାଉଛି ପାକିସ୍ତାନ

ଇସଲାମାବାଦ, (ନାଗରାଜ ନ୍ୟୁଜ): ଦେଶ ଚଳାଇବାକୁ ଇମରାନ ଖାନଙ୍କ ପାଖରେ ନାହିଁ ଟଙ୍କା । ଏକଥା ନିଜେ ପ୍ରକାଶ କରିଛନ୍ତି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନ । ପ୍ରଧାନମନ୍ତ୍ରୀ ଇମରାନ ଖାନ ନିଜେ ସ୍ୱୀକାର କରିଛନ୍ତିଯେ, ବର୍ତ୍ତମାନ ଦେଶ ଚଳାଇବା ପାଇଁ ତାଙ୍କ ପାଖରେ ଟଙ୍କା ନାହିଁ । ତାଙ୍କ ଦେଶ ପ୍ରାୟ ଗରିବ ହୋଇଯାଇଛି । ଯେତେବେଳେ ପାକିସ୍ତାନ ଉପରେ ଏଭଳି ସଙ୍କଟ ଆସେ, ସେତେବେଳେ ଏହା ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଏବଂ ବିଶ୍ୱ ବ୍ୟାଙ୍କ ଭଳି ଅନୁଷ୍ଠାନରୁ ଋଣ ମାଗେ । କିନ୍ତୁ ଏଥର ପାକିସ୍ତାନ ପାଇଁ ସମସ୍ତ ଦ୍ୱାର ବନ୍ଦ ଥିବାରୁ ଆଇଏମଏଫ ମଧ୍ୟ ପାକିସ୍ତାନକୁ ଅଧିକ ଋଣ ଦେବାକୁ ମନା କରି ଦେଇଛି । ପାକିସ୍ତାନର ପ୍ରତ୍ୟେକ ନାଗରିକଙ୍କର ଏହି ସମୟରେ ୨ ଲକ୍ଷ ୩୫ ହଜାର ଟଙ୍କାରୁ ଅଧିକ ଋଣ ଅଛି । ଯାହା ସ୍ପଷ୍ଟ କରୁଛିଯେ, ପାକିସ୍ତାନ ଅର୍ଥନୀତିର ଏହି ବିନାଶ କିପରି ଇମରାନ ଖାନଙ୍କୁ ଧ୍ୱଂସ କରିପାରେ ।

ପାକିସ୍ତାନରେ ଅନାହାର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଇମରାନ ଖାନ କହିଛନ୍ତିଯେ, ତାଙ୍କ ଦେଶ ଋଣ ମାଗି ବଞ୍ଚିଛି ଏବଂ ଏଥିପାଇଁ ତାଙ୍କ ସରକାର ଅନ୍ତର୍ଜାତୀୟ ଆର୍ଥିକ ପ୍ରତିଷ୍ଠାନ ସମ୍ମୁଖରେ ଏକ ପାଦରେ ଛିଡ଼ା ହୋଇଛନ୍ତି । ପାକିସ୍ତାନର ଜିଡିପିର ୨% ଅର୍ଥାତ ଇମରାନ ଖାନ ଆଇଏମଏଫରୁ ୩୮ ହଜାର କୋଟି ଋଣ ନେବାକୁ ଚାହୁଁଥିଲେ ବୋଲି ପାକିସ୍ତାନ ଆଇଏମଏଫକୁ ନିବେଦନ କରିଥିଲା । କିନ୍ତୁ ଆଇଏମଏଫ ପାକିସ୍ତାନକୁ ମନା କରି ଦେଇଥିଲା ।

Leave a Reply

Your email address will not be published.