କାଠ ଫାଳିଆରେ ଯୁବକକୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ

ସୁନ୍ଦରଗଡ଼,(ନାଗରାଜ ନ୍ୟୁଜ): ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ଭେଡାବାହାଲ ବଘିଆପଡା ଅଙ୍ଗନବାଡ଼ି କେନ୍ଦ୍ର ସମ୍ମୁଖରୁ ଆଜି ଜଣେ ୨୪ବର୍ଷିୟ ଯୁବକର ରକ୍ତାକ୍ତ ମୃତ ଦେହ ପୋଲିସ ଦ୍ୱାରା ଉଦ୍ଧାର ହେବା ଘଟଣା ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ଖବରକୁ ଜଣାଯାଇଛି ଯେ, ଗତକାଲି ସାକାଳୁ ସକାଳୁ ଅଙ୍ଗନବାଡ଼ି କେନ୍ଦ୍ର ପାଖରେ ଜଣେ ଯୁବକ ର ରକ୍ତଯୁଡୁବୁଡୁ ମୃତ ଦେହ ପଡିଥିବାର ଦେଖି ଲୋକେ ପୋଲିସ କୁ ଖବର ଦେଇଥିଲେ। ଖବରପାଇ ସଦର ପୋଲିସ ଏବଂ ସାଇଣ୍ଟିଫିକଟିମ୍ ଘଟଣାସ୍ଥଳକୁ ପହଞ୍ଚି ଶବ ଜବଦ୍ କରି ବ୍ୟବଛେଦ ପାଇଁ ପଠାଇବା ସହିତ ତଦନ୍ତ ଆରମ୍ଭ କରିଥିଲେ। ପାରିପାର୍ଶ୍ବିକ ସ୍ଥିତି ରୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପୋଲିସ ସନ୍ଦେହ କରୁଛି। ହତ୍ୟାକାରୀ କାଠଫାଲିଆରେ ଯୁବକ କୁ ହତ୍ୟା କରି ଥାଇପାରନ୍ତି ବୋଲି ମଧ୍ୟ ପୋଲିସ ଅନୁମାନ କରୁଛି। ଅନ୍ୟ ପକ୍ଷରେ ମୃତ ଯୁବକ ଜଣକ ଭେଡାବାହାଲ କଲୋନୀ ପଡ଼ାର ଦେବୀଦାଶ ସେଠ୍ ବୋଲି ପୋଲିସ ଚିହ୍ନଟ କରିଛି। ଏହି ହତ୍ୟାକାଣ୍ଡ ଟି ସଦର ପୋଲିସ ପାଇଁ ଏକ ଚାଲେଞ୍ଜ ବୋଲି ଲୋକେ କୁହାକହି ହେଉଥିବା ଜଣାପଡିଛି। ଦେଖାଯାଉ ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡ ର ପର୍ଦ୍ଧାଫାଶ ସଦର ପୋଲିସ କେବେ କରୁଛି ତାହା ଦେଖିବାକୁ ବାକି ରହିଲା।

ସୁନ୍ଦରଗଡ଼ରୁ ଦଶରଥ ପୋଡ଼ଙ୍କ ରିପୋର୍ଟ

Leave a Reply

Your email address will not be published.